କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ନୂଆ ଡେଡ୍ଲାଇନ୍ , ପଦ ରଦ୍ଦ ପାଇଁ ଚେତାଇଲା କଂଗ୍ରେସ
ଦାଶୀରଥୀ ଗମାଙ୍ଗୋଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ ଜାରି କରିଛନ୍ତିି ପିସିସି ଶୃଙ୍ଖଳା କମିଟି। ରାଜ୍ୟସଭା ନିର୍ବାଚନ ଆସନ୍ତାକାଲି ହେବାକୁ ଯାଉଥିବା ବେଳେ କଂଗ୍ରେସ ଭିତରେ କ୍ରସ ଭୋଟିଂ ଡର ଲାଗି ରହିଛି । ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ବେଙ୍ଗାଲୁରୁରେ କ୍ୟାମ୍ପ ପକାଇଥିବା କଂଗ୍ରେସର ୮ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଥିଲା ।
ଏପରିକି ଏହି ମିଶନରେ ଥିବା ଦୁଇ ଜଣଙ୍କୁ କଂଗ୍ରେସ ଅଟକ ରଖିଥିବା ଅଭିଯୋଗ କରିଛି । ସେପଟେ ଦାଶରଥୀ ଗମାଙ୍ଗ ଧରା ଛୁଆଁ ଦେଉନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ । କିନ୍ତୁ ସେ ହାଜର ନହେବାରୁ ତାଙ୍କୁ ନୂଆ ଡେଡ୍ଲାଇନ୍ ଦିଆଯାଇଛି । ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ସଭ୍ୟପଦ ଋଦ୍ଦ ଚେତାବନୀ ସହ ଓଡ଼ିଶା ପିସିସି ପକ୍ଷରୁ ଚିଠି କରାଯାଇଛି । ରବିବାର ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପ୍ରଥମ ଡେଡ୍ଲାଇନ୍ ସରିଛି ।

ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ସୋ' କଜ୍ ନୋଟିସ୍ ଜାରି କରିଥିଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଥିଲା । ରବିବାର ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଯାହାକୁ ନେଇ ପୁଣି ଥରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।












Click it and Unblock the Notifications