ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା’

ଓଡ଼ିଶାରେ ରାଜନୈତିକ ଉତ୍ତେଜନା ଦିନକୁ ଦିନ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏକ ଜୋରଦାର ଘୋଷଣା କରି ରାଜ୍ୟବ୍ୟାପୀ ଆନ୍ଦୋଳନର ସଙ୍କେତ ଦେଇଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଂଗ୍ରେସ କର୍ମୀମାନଙ୍କୁ ପୋଲିସ ଅଟକାଇବା ଘଟଣାକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଘଟଣାକୁ ନେଇ ଭକ୍ତ କହିଛନ୍ତି,ପୋଲିସ ବିଭାଗ ଏବଂ ଡିଜିପି ରାଜନୈତିକ କର୍ମୀ ଭଳି କାମ କରୁଛନ୍ତି। ଏହାକୁ ସେ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ବୋଲି ଅଭିହିତ କରିଛନ୍ତି।

congress

ପ୍ରେସମିଟ୍‌ରେ ଭକ୍ତ ପୁଣି ଆନ୍ଦୋଳନ ଡାକରା ଦେଇଛନ୍ତି। ସେ ଘୋଷଣା କରି କହିଛନ୍ତି, "ଆଗାମୀ ଦିନରେ ଆମେ ୧୦ ଗୁଣ ଶକ୍ତି ସହ ବିଧାନସଭା ଘେରାଉ କରିବୁ। ଆମେ ସାରା ଓଡ଼ିଶାକୁ ପାଦରେ ଚାଲି ଜନସାଧାରଣଙ୍କ ସହ ସଂଯୋଗ ସ୍ଥାପନ କରିବୁ। ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଆହ୍ବାନ ଦେଇଛନ୍ତି। ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବ। ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ କଂଗ୍ରେସ। ସେହିପରି ଏପ୍ରିଲ ୨୧ରେ ଜିଲ୍ଲାପାଳ ଅଫିସ ଘେରାଉ କରିବ କଂଗ୍ରେସ। ନାରୀ ର୍ନିଯ୍ୟାତନା ପ୍ରସଙ୍ଗରେ ଶୋଭାଯାତ୍ରା କରିବ ବୋଲି ଭକ୍ତ କହିଛନ୍ତି। ଭକ୍ତଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି କରିଛି ଏବଂ କଂଗ୍ରେସ ଦଳର ଆଗାମୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+