୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଗତ କିଛି ଦିନ ହେଲା ବିଧାନସଭାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଚର୍ଚ୍ଚିତ ହେଉଥିବା କଂଗ୍ରେସ ଏବେ ରାଜରାସ୍ତାରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ୨୭ ତାରିଖ ଦିନ ବିଧାନସଭା ଘୋରାଉ କରାଯିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ ହଷ୍ଟେଲ୍‍ରେ ରହୁଥିବା ଆଦିବାସୀ ଛାତ୍ରୀଙ୍କ ସୁରକ୍ଷାକୁ ଏଥିରେ ମୁଖ୍ୟ ଦାବି ଭାବେ ଗ୍ରହଣ କରାଯିବ। କିଛିଦିନ ତଳେ ପ୍ରତି ଜିଲ୍ଲା ମୁଖ୍ୟାଳୟ ଘେରାଉ କରିଥିଲା କଂଗ୍ରେସ।

Congress to convene assembly on 27th march

ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବାହିନୀପତି କହିଛନ୍ତି, ଏ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। 'ତାଙ୍କର ଜଣେ ମନ୍ତ୍ରୀ ଯିଏ କି ସଂସଦୀୟ ବ୍ୟାପର ମନ୍ତ୍ରୀ ଅଛନ୍ତି, ସେ ବିଧାନସଭାରେ ସଅସଭ୍ୟ ଭାଷାରେ ଗାଳି କରିଥିବା ଆପଣମାନେ ଦେଖିଛନ୍ତି। ପୂର୍ବ ସରକାର ସମୟରେ ଗଣମାଧ୍ୟମର ଅଧିକାରକୁ ସଙ୍କୁଚିତ କରାଯାଉଥିବା ନେଇ ଏବେକାର ମୁଖ୍ୟମନ୍ତ୍ରୀ ଅନେକ ଥର ବିଧାନସଭାରେ କହିଥିଲେ। ହେଲେ ଏବେ ଖୋଦ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥାଇ ମଧ୍ୟ ଦିନ ଦିପ୍ରହରରେ ମିଡିଆ ତଣ୍ଟିଚିପି ଦେଇଛନ୍ତି ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+