ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ କଂଗ୍ରେସ ଟିକେଟ: ତାରା ବାହିନୀପତି
ଦିନ କେଇଟା ପରେ ରାଜ୍ୟରେ ସାଧାରଣ ନିର୍ବାଚନ ସହ ଲୋକସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ଏଥି ମଧ୍ୟରେ ନିଜ ନିଜ ପ୍ରଚାରରେ ଲାଗି ପଡ଼ିଛନ୍ତି ରାଜନୈତିକ ଦଳ । ବିଜେପି ଓ ବିଜେଡ଼ି କିଛି କିଛି ଆସନ ପାଇଁ ପ୍ରାର୍ଥୀ ଦେଇସାରିଥିବା ବେଳେ ପଛରେ ରହିଛି କଂଗ୍ରେସ । ଦଳ ଏଯାଏଁ କୌଣସି ଆସନରୁ ପ୍ରାର୍ଥୀ ଦେଇ ନଥିବାରୁ ଦ୍ୱନ୍ଦରେ ଆଶାୟୀ । ଏପରିକି ଭୋଟରଙ୍କୁ ପ୍ରଭାବିତ କରି ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେବାକୁ ପ୍ରଚାର ମଧ୍ୟ କରିପାରୁନାହାଁନ୍ତି ।
ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ କଂଗ୍ରେସ ଟିକେଟ । ଦିଲ୍ଲୀରୁ ଫେରିବା ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା। ଆମ ଟିକେଟ ଘୋଷଣା ବିଳମ୍ବ ହୋଇଛି କହିଲେ ତାରା । AICCର ତତ୍ତ୍ବାବଧାନରେ କାଲି ଆଲୋଚନା ସମ୍ପୂର୍ଣ୍ଣ ଭାବେ ସରିଛି । 'ପିଇସି ଟିକନିକ ତର୍ଜମା ପରେ ଲିଷ୍ଟ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ସେ କହିଛନ୍ତି।

ବିଜେଡ଼ି 72 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ । କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ । ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପ୍ରଣବ ପ୍ରକାଶ । ପୁରୀରେ ପହଞ୍ଚିବା ପରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ନେତା ଓ କର୍ମୀ ପ୍ରଣବଙ୍କୁ ସ୍ଵାଗତ କରିଥିଲେ। ପରେ ପ୍ରଣବ ପ୍ରଥମେ ସିଂହ ଦ୍ବାର ଗୁମୁଟ ପ୍ରଭୂ ପତିତପାବନଙ୍କୁ ଦର୍ଶନ କରିଥଲେ। ପରେ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଦେବୀ ବିମଳା, ମା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ ।
ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ତେବେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସତ୍ୟବାଦୀ ଭଳି ଏକ ପୁଣ୍ୟ ମାଟିରୁ ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶ୍ରୀମନ୍ଦିର ଆସି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।












Click it and Unblock the Notifications