‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜନୀତି କରୁଛି ବିଜେଡି: କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ପିପିଲି ପ୍ରକଳ୍ପ ଘୋଷଣାକୁ କଂଗ୍ରେସର କଟାକ୍ଷ । ଉପନିର୍ବଚନ ପୂର୍ବରୁ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛି ରାଜ୍ୟ କଂଗ୍ରେସ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପିପିଲି ପ୍ରକଳ୍ପ ଘୋଷଣାକୁ କଂଗ୍ରେସର କଟାକ୍ଷ । ଉପନିର୍ବଚନ ପୂର୍ବରୁ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛି ରାଜ୍ୟ କଂଗ୍ରେସ । ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ 'ଆମ ଗାଁ, ଆମ ବିକାଶ' ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକରେ ବିଭିନ୍ନ ପ୍ରକଳ୍ପ ପାଇଁ ୬୭ କୋଟି ୬୮ ଲକ୍ଷ ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ପ୍ରେସମିଟ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ସମଗ୍ର ରାଜ୍ୟରେ ମିତବ୍ୟୟତା ଲାଗୁ ହୋଇଥିବା ବେଳେ ଗୋଟିଏ ଗୋଟିଏ ବୈଠକ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଏବଂ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ଦ୍ଧିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀରେ 'ଆମ ଗାଁ, ଆମ ବିକାଶ' କାର୍ଯ୍ୟକ୍ରମ କରିବା, ଏହା ବିଜୁ ଜନତା ଦଳର ହୀନ ରାଜନୈତିକ ପ୍ରୟାସକୁ ବୁଝାଉଛି ।

Congress

'ଆମ ଗାଁ, ଆମ ବିକାଶ'ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ବିଗତ ଦିନରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୋଇଥିଲା ବିଜେପୁର, ପାଟକୁରା, ତିର୍ତୋଲ, ବାଲେଶ୍ୱରର ବିକାଶ ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେଠାରେ କ'ଣ ବିକାଶ ହୋଇଛି? ଅନୁରୂପ ଭାବେ ପିପିଲିରେ ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ ସ୍ଲୋଗାନ 'ପ୍ରଗତି ପଥେ ପିପିଲି' ଦେଇଛନ୍ତି । ତା'ର ଅର୍ଥ ୨୧ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ପିପିଲିରେ କୌଣସି ପ୍ରଗତି କରିନାହିଁ ବୋଲି ପ୍ରଶ୍ନବାଣ ମାରିଛନ୍ତି ନିଶିକାନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ବିକାଶକୁ ବିରୋଧ କରୁନାହିଁ, ବିକାଶ ନାଁରେ ଭଣ୍ଡାମୀକୁ ବିରୋଧ କରୁଛି । ଆଜିର ଏହି କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଧୂଆଁବାଣ। ମୁଖ୍ୟମନ୍ତ୍ରୀଙ୍କର ପିପିଲି ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+