୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ, ପ୍ରଚାର କରିବେ ରେବନ୍ତ, ସଚିନ୍ ,ଭୁପେଶ
ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟି (ଓପିସିସି) ସଭାପତି ଭକ୍ତଚରଣ ଦାସଙ୍କ ପକ୍ଷରୁ ଏହି ତାଲିକା ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦିଆଯାଇଛି। ଏହି ତାଲିକାରେ ସାଂସଦ, ବିଧାୟକ ଓ ବରିଷ୍ଠ ନେତା ସାମିଲ ଅଛନ୍ତି।
କଂଗ୍ରେସର ପ୍ରଚାର ତାଲିକାରେ ଅଜୟ କୁମାର ଲଲ୍ଲୁ, ଭକ୍ତଚରଣ ଦାସ, ରାମଚନ୍ଦ୍ର କାଡାମ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନର ସଚିନ ପାଇଲଟ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ ରେବନ୍ଥ ରେଡ୍ହୀ, ମଲ୍ଲୁ ଭଟ୍ଟି ବିକ୍ରମାର୍କ, ଡ଼ଃ ଗିରିଧର ଗୋମାଙ୍ଗ, କହ୍ନେୟା କୁମାର, ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ସାହନୱାଜ ଚୌଧୁରୀ,

କିଶୋର ପଟେଲ, ନରସିଂହ ମିଶ୍ର, ତାରା ପ୍ରସାଦ ବହିନୀପତି, ଡ଼ଃ ସି.ଏସ୍. ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ସସ୍ମିତା ବେହେରା, ଦ୍ୱାରିକା ପ୍ରସାଦ ଯାଦବ, ଜନକ ଧୃବ, ତାମ୍ରଧ୍ୱଜ ସାହୁ, ଜଗନ୍ନାଥ ପଟ୍ଟନାୟକ, ଶିଭକୁମାର ଦାହିୟା, ସୁରେଶ କୁମାର ରୌତରେ, ଶରତ ରାଉତ, ଗୁରୁ ରୁଦ୍ରକୁମାର, ସତ୍ୟଭୂଷଣ ସାହୁ, ରାମଚନ୍ଦ୍ର ଖୁନ୍ଟିଆ, ୱାଇ.ଏନ୍.ଏସ୍. ଲାଗୁରି, ଅଲକା ଲାମ୍ବା, ଉଦୟ ଭାନୁ ଛିବ, ବରୁଣ ଚୌଧୁରୀ, ମିନାକ୍ଷୀ ବହିନୀପତି, ଅରବିନ୍ଦ ଦାସ, ମନୋଜ ମିଶ୍ର ଓ ଅମିତା ବିଶ୍ୱାଳ।












Click it and Unblock the Notifications