ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ

ବର୍ଦ୍ଧିତ ଘର ଟିକସ ବାବଦ (ହୋଲ୍ଡିଂ ଟ୍ୟାକ୍ସ) ଏବଂ ସଂପତି ଟିକସ (ପ୍ରପର୍ଟି ଟ୍ୟାକ୍ସ) ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମନ୍ତରାପୁର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ବେଆଇନ୍ ଭାବେ ୧୦ ଗୁଣା ବର୍ଦ୍ଧିତ ଘର ଟିକସ ବାବଦ (ହୋଲ୍ଡିଂ ଟ୍ୟାକ୍ସ) ଏବଂ ସଂପତି ଟିକସ (ପ୍ରପର୍ଟି ଟ୍ୟାକ୍ସ) ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମନ୍ତରାପୁର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

odisha congress

ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ ଏହି ଟ୍ୟାକ୍ସ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା ସଦୃଶ । ପୂର୍ବରୁ ଘର ଉପରେ ଦେୟ ଆଦାୟ ହେଉଥିବା ବେଳେ ବର୍ତମାନ ଏହା ସଂପୂର୍ଣ୍ଣ ଜମିର ବାର୍ଷିକ ମୂଲ୍ୟ (ନିର୍ଦ୍ଧାରିତ ବେଂଚ୍ ମାର୍କ)ର ୦.୫ ପ୍ରତିଶତ ଆଦାୟ କରାଯିବ, ଯେଉଁଟାକି ସଂପୂର୍ଣ୍ଣ ଭାବେ ବେଆଇନ୍ । ଟ୍ୟାକ୍ସ ଆଦାୟ କରାଯାଉଛି କିନ୍ତୁ ଡ୍ରେନେଜ୍ ବ୍ୟବସ୍ଥା, ପରିଚ୍ଛନ୍ନତା, ପାନୀୟଜଳ, ରାସ୍ତାଘାଟ, ବିଦ୍ୟୁତ୍ ସରବରାହ ଅବ୍ୟବସ୍ଥିତ ହୋଇ ପଡିଛି ।

ଯଦି ଏହି ବେଆଇନ୍ ଭାବେ ବୃଦ୍ଧି କରାଯାଉଥିବା ଟ୍ୟାକ୍ସକୁ ଭୁବନେଶ୍ୱର ମହାନଗର ନିଗମ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନରେ ଏହା ବୃହତ୍ ଆନ୍ଦୋଳନର ରୂପ ନେବ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବିଏମ୍‌ସି ଘେରାଉ କରିବ ବୋଲି ବିଶ୍ୱଜିତ୍ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+