ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ବାସଭବନକୁ ଅଣ୍ଡାମାଡ଼ !
ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଆଜି ସାରା ରାଜ୍ୟ ସ୍ତବ୍ଧ। ୩ ଦିନର ଯମ ଯନ୍ତ୍ରଣା ପରେ ଜୀବନ ହାରିଛନ୍ତି ସୋମ୍ୟାଶ୍ରୀ। ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ର୍ନିଯାତନାର ଶିକାର ହୋଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।
ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ହଲାବୋଲ୍ । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ । ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କ ବାସଭବନକୁ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ । ଉଚ୍ଛ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ଏପରିକି ପୋଲିସ ସହ ଧସ୍ତାଧସ୍ତି ହେବା ସହ ମନ୍ତ୍ରୀଙ୍କ ବାସଭବନ ଉପରକୁ ଛାତ୍ର କଂଗ୍ରେସ ଅଣ୍ଡାମାଡ଼ କରିଛି ।

ସେପଟେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ନ୍ୟାୟିକ ତଦନ୍ତ ଦାବି କଲା କଂଗ୍ରେସ । ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଜାରି ରହିଛି । ରାଜମହରୁ ରାମ ମନ୍ଦିର ରାସ୍ତା ଅବରୋଧ କଲା କଂଗ୍ରେସ ।












Click it and Unblock the Notifications