ଜାନୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ
ଭୁବେନେଶ୍ୱର: ଜାନୁଆରୀରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ନୂଆଦିଲ୍ଲୀରେ ଖଡଗେଙ୍କୁ ଭେଟି ଓଡ଼ିଶା କଂଗ୍ରେସ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ପାଇଁ ହେଉଥିବା ପ୍ରସ୍ତୁତି ଏବଂ କାର୍ଯ୍ୟର ରିପୋରର୍ଟ ନେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେହିପରି ବୈଠକ ପରେ ପିସିସି ସଭାପତି ଖଡଗେଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିବା ଥିବା ନେଇ ସୂଚନା ରହିଛି ।
ଅନ୍ୟପକ୍ଷରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ରାହୁଲ ଗାନ୍ଧି ଏହଂ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଚଳିତ ବର୍ଷ ରାଜ୍ୟ କଂଗ୍ରେସ ଦଳକୁ କିପରି ମଜବୁତ୍ କରିବା ଏବଂ ୨୦୨୪ ନିର୍ବାଚନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇ ପାରେ ବୋଲି ଆଲୋଚନା ହେଉଛି ।
ଦିନକୁ ଦିନ ରାଜ୍ୟରେ କଂଗ୍ରେସ ସତ୍ତା ହରାଇବା ପାଇଁ ବସିଲାଣି । ୨୦୨୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମାତ୍ର ୯ ଜଣ ବିଧାୟକ ଏବଂ ଜଣେ ସାଂସଦ ବିଜୟୀ ହେବା ସହ ଦଳ ମୁଖ୍ୟ ବିରୋଧୀ ଦଳ ପଦ ହରାଇଥିଲା । ତେବେ ନିର୍ବାଚନ ପୂର୍ବରୁ ଖଡଗେଙ୍କ ଓଡ଼ିଶା ଗସ୍ତ ଦଳର କର୍ମକର୍ତ୍ତାଙ୍କ ମନୋବଳ ବଢାଇବ ।












Click it and Unblock the Notifications