ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି
Congress president Mallikarjun Kharge: ଜାନୁଆରୀରେ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ହେବା ପର ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସଂଙ୍ଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଖଡଗେ । ତେବେ ଖଡଗେଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବା ସହ କର୍ମୀଙ୍କ ମନୋବଳ ବଢାଇବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଏ ନେଇ ଦଳର ଶୀର୍ଷ ନେତୃତ୍ୱମାନେ ରାଜ୍ୟ ଗସ୍ତ କରିବା ସହ ବିଭିନ୍ନ ସମାବେଶ କରିବାର ଯୋଜନା କରୁଛନ୍ତି । ଏହି ସମୟରେ ଚଳିତ ମାସ ଶେଷ ସପ୍ତାହରେ ଜାନୁଆରୀ 29 ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ । ବିଶାଳ ସମାବେଶରେ ଯୋଗଦେବା ସହ ରାଜ୍ୟ କଂଗ୍ରେସ ନେତାଙ୍କ ମନୋବଳ ବଢାଇବେ । ଏନେଇ ଓଡ଼ିଶା ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ।

୨୯ ଜାନୁଆରୀରେ ଓଡ଼ିଶା ପହଞ୍ଚିବା ପରେ ଏକ ଜନସଭାକୁ ସମ୍ବୋଧିକ କରିବେ ଖଡଗେ । ଏହି କାର୍ଯ୍ୟକ୍ରମରେ ବୁଥ୍ କମିଟି, ଜିଲ୍ଲା ସଭାପତି, ପ୍ରତ୍ୟେକ ବ୍ଲକ ସଭାପତି, ବ୍ଲକ୍ ସଭାପତିଙ୍କ ସମେତ ୫୦ ହଜାର ଲୋକ ଉପସ୍ଥିତ ରହିବେ । ସୂଚନା ଅନୁସାରେ, ବିଜେଡି ଓ ବିଜେପିର ଦୁର୍ନିତୀ, ନିର୍ବାଚନ ସମୟରେ ଅର୍ଥ ଓ ବାହୁବଳର ପ୍ରତିହତ ପାଇଁ ନେତା ଓ କର୍ମୀଙ୍କୁ ଉପଦେଶ ଦେବେ ।
ଏହି ସମ୍ମିଳନୀରେ ଉଦବୋଧନ ଦେଇ କଂଗ୍ରେସ କର୍ମୀଙ୍କ ମନୋବଳକୁ ବଢାଇବେ । ଏହା ସହିତ ରାଜ୍ୟ କଂଗ୍ରେସ ସହିତ ରାହୁଲଙ୍କ ଯାତ୍ରା ଓଡ଼ିଶାର ରୁଟ ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ଡ. ଅଜୟ କୁମାର ସୂଚନା ପ୍ରଦାନ କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications