ଆସନ୍ତା ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଆସନ୍ତା ୨୭ରେ ବିଧାନସଭା ଘେରିବ କଂଗ୍ରେସ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ କଂଗ୍ରେସ । ବାଚସ୍ପତି ସୁରମା ପାଢ଼ୀଙ୍କ ଗୃହ ପରିଚାଳନାକୁ ନିନ୍ଦା କଲା କଂଗ୍ରେସ । ନାରୀ ନିର୍ଯାତନା ଓ ତାରାଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ ୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ। କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଏ ନେଇ ସୂଚନା ଦେଇଛନ୍ତି।

assembly

ଗୃହରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କୁ ମାଡ ମରାଯିବା, ଏହା ବିଧାନସଭାର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କୁ ଏ ନେଇ ଚିଠି ଲେଖିଥିଲେ। ଏହା ପରେ ବି କେବଳ ତାରାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହୋଇଛି । ଏହାର ପ୍ରତିବାଦ କରି କଂଗ୍ରେସ ମାର୍ଚ୍ଚ ୨୭ରେ ବିଧାନସଭା ଘେରାଉ କରିବ । ଗୃହରେ ବିଧାୟକ ତାରାଙ୍କୁ ଅସମ୍ମାନ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ଆୟୋଜିତ ବୈଠକ ରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+