କଂଗ୍ରେସର ଓଡିଶା ବନ୍ଦ: ଜାଣନ୍ତୁ, କେଉଁଠି କେମିତି ପ୍ରଭାବ ?

କଂଗ୍ରେସ ପକ୍ଷରୁ କରାଯାଉଥିବା ହରତାଳର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ିଛି । ବରଗଡ଼ରେ କଂଗ୍ରେସ କର୍ମୀ ରାସ୍ତାରେ ଟାୟାର ଜାଳୁଥିବାର ଦେଖିବାକୁ ମିଳିଛି ।

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଥିଲା । ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ । ତେବେ ବନ୍ଦ ପାଳନ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିବା ଏକ ମାମଲାର ଶୁଣାଣି କରି ବନ୍ଦ ପାଳନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହରତାଲ କରାଯାଇପାରିବ ବୋଲି କହିଥିଲେ ।

Odisha bandh

ତେବେ ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ କହିଛି, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ । ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ । ଏପଟେ ଶାନ୍ତିଶୃଙ୍ଖଳାର ସହ ହରତାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଛାତ୍ର କଂଗ୍ରେସ ପକ୍ଷରୁ ହାତରେ ପ୍ଲାକାଡ ଧରି ମନ୍ତ୍ରୀ ବହିଷ୍କାର ଓ ଗିରଫ ଦାବି କରି ପ୍ରତିବାଦ କରିଥିଲେ । ଧାରଣାରେ ସାମିଲ ହୋଇଥିଲେ କଂଗ୍ରେସ ହେବିୱେଟ ନେତାମାନେ । ବର୍ଷାରେ ଭିଜି ଧାରଣା ଦେଇଥିଲେ କଂଗ୍ରେସ କର୍ମୀ । ବାଣିବିହାରରେ ଲୋକଙ୍କୁ ଚକଲେଟ ବାଣ୍ଟି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହୋଇଥିଲା । ସୁରକ୍ଷାକୁ ଦୃ୍ଷ୍ଟିରେ ରଖି ମାଷ୍ଟରକ୍ୟାଂଟିନ ଛକରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।

କଂଗ୍ରେସ ପକ୍ଷରୁ କରାଯାଉଥିବା ହରତାଳର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ିଛି । ବରଗଡ଼ରେ କଂଗ୍ରେସ କର୍ମୀ ରାସ୍ତାରେ ଟାୟାର ଜାଳୁଥିବାର ଦେଖିବାକୁ ମିଳିଛି । କଳାହାଣ୍ଡିରେ ମଧ୍ୟ କଂଗ୍ରେସ ପକ୍ଷରୁ ହରତାଳ କରାଯାଉଛି । କଂଗ୍ରେସ କର୍ମୀମାନେ ସହରରେ ବୁଲି ବୁଲି ପ୍ରତିବାଦ ଜଣାଉଛନ୍ତି । କୋରାପୁଟରେ କଂଗ୍ରେସ କର୍ମୀ ଏକାଠି ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ପାରଳାଖେମୁଣ୍ଡି ହରତାଳ ଯୋଗୁ ରାସ୍ତା ଘାଟ ଖାଁ ଖାଁ ରହିଛି ।

ସେପଟେ, ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ପାଳନ କରାଯାଉଛି । ହାତରେ ପ୍ଲାକାଡ ଧରି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । ସେହିପରି ନବରଙ୍ଗପୁରରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ନୂଆପଡ଼ା, ପଦ୍ମପୁର, ଫୁଲବାଣୀ, ରାୟଗଡ଼ାରେ ମଧ୍ୟ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରି ଧାରଣା ଦେଇଛି କଂଗ୍ରେସ ।

ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମାନେ ଅଭିନବ ଢଙ୍ଗ ରେ ପ୍ରତିବାଦ କରିଥିଲେ । ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମୀତାର ଆତ୍ମାର ସତଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଥିଲେ । ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ ମୁଣ୍ଡନ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+