ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ଆହ୍ବାନ ପ୍ରସଙ୍ଗ; ବୁଲେଇ ବଙ୍କେଇ କହିଲେ ବିଜେଡି ବିଧାୟକ ଅରୁଣ ସାହୁ
ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ଆହ୍ବାନ ପ୍ରସଙ୍ଗ। ବୁଲେଇ ବଙ୍କେଇ କହିଲେ ବିଜେଡି ବିଧାୟକ ଅରୁଣ ସାହୁ । ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି।
ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ବ୍ୟାକ୍ ଫୁଟ୍ରେ । ସବୁ ବିଷୟରେ ଆଲୋଚନା କରିବାକୁ ବିଜେଡି ପ୍ରସ୍ତୁତ .ଆସ୍ଥା, ଅନାସ୍ଥା, ଅବସ୍ଥା, ବ୍ୟବସ୍ଥା ।ଆଲୋଚନା ପାଇଁ ପ୍ରସ୍ତୁତ ମାତ୍ର ବିଜେଡି ଅନାସ୍ଥା ଆଣିବ କି କଂଗ୍ରେସକୁ ଏନେଇ ସମର୍ଥନ ଦେବ କହିଲେନି ।

ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ।
ମନମୋହନଙ୍କ ଅନାସ୍ଥା ଉତ୍ତର ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର ଆଗ ମୌସୁମୀ ଅଧିବେଶନ ଡାକନ୍ତୁ, ତାପରେ ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା, ବ୍ୟବସ୍ଥା ସବୁ ଏକ କରି ଦେବୁ।
ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ଏହା ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ କହିଥିଲେ, ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ। ମନ୍ତ୍ରୀ କହିଥିଲେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ । ବିଜେଡି, କଂଗ୍ରେସ ୪୦ବର୍ଷର ହିସାବ ନେଇକି ଆସନ୍ତୁ । ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ । ଆମେ ଗୋଟିଏ ବର୍ଷର ହିସାବ ଦେବୁ । ସେମାନେ ଲମ୍ବା ସମୟ ସରକାରରେ ରହି କ'ଣ କରିଛନ୍ତି ଏବଂ ଆମେ ବର୍ଷକରେ କଣ କାମ କରିଛୁ ତାହାର ରିପୋର୍ଟ ଦେବୁ ବୋଲି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ସୁରେଶ ପୂଜାରୀ ।
ସୂଚନାନୁଯାୟୀ, ଜୁଲାଇ ୨୩ରେ ବିଜେପି ସରକାରଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ନାରୀଙ୍କୁ ନ୍ୟାୟ ପାଇଁ ଯଦି ବିଜେଡି ଲଢୁଛି ତେବେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ସମର୍ଥନ ଦେବୁ ବୋଲି କହିଥିଲେ ଭକ୍ତ ଦାସ।












Click it and Unblock the Notifications