ମୁଣ୍ଡ ପିଟିଲେ ତାରା, କହିଲେ ସ୍କୁଲ ନ ଖୋଲିଲେ ବେକ କାଟି ଆତ୍ମହତ୍ୟା କରିବି

କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଆଗରେ ଲାଗିଥିବା ଫାଇବର ଗ୍ଲାସ୍‌ରେ ଏହାକୁ ବିରୋଧ କରି ମୁଣ୍ଡ ପିଟିଛନ୍ତି । ପରେ ଆତ୍ମହତ୍ୟା ଧମକ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ୱର: ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଗୃହ ବାରମ୍ବାର ମୁଲତବୀ । ୨୦ ବା ତାଠାରୁ କମ୍ ପିଲା ଥିବା ପ୍ରାଥମିକ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବୀ ରଖାଯାଇଛି । ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଆଗରେ ଲାଗିଥିବା ଫାଇବର ଗ୍ଲାସ୍‌ରେ ଏହାକୁ ବିରୋଧ କରି ମୁଣ୍ଡ ପିଟିଛନ୍ତି । ପରେ ଆତ୍ମହତ୍ୟା ଧମକ ମଧ୍ୟ ଦେଇଛନ୍ତି ।

ତାରା ବାହିନୀପତି

ଆଜି ପୁନର୍ବାର ଗୃହ ମୁଲତବୀ ହେବା ପରେ ମିଡିଆ ଆଗାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ସ୍କୁଲ ଖୋଲିବା ନିଷ୍ପତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ଗୃହ ମଧ୍ୟରେ ବେକ କାଟି ଆତ୍ମହତ୍ୟା କରିବି ।

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଗୃହରେ ଦୁଇ ଦୁଇ ଥର ରୁଲିଂ କରିଛନ୍ତି ବାଚସ୍ପତି। ଏହାସହ ବିଧାୟକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+