ମାଷ୍ଟର କ୍ୟାଣ୍ଟିନ ଛକରୁ ଘୋଡ଼ା ହଟାଇବା ପ୍ରସଙ୍ଗ: ବିଧାୟକ ସୁର ରାଉତରାୟଙ୍କ ବିରୋଧ
ମାଷ୍ଟରକ୍ୟାଣ୍ଟିନରେ ଥିବା ଭୁବନେଶ୍ୱରର ପ୍ରତୀକ ଘୋଡା ପ୍ରତିମୁର୍ତ୍ତି ହଟାଇବା ପ୍ରସଙ୍ଗରେ ବିରୋଧ ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ଏହି ଐତିହ୍ୟସ୍ଥଳକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି ।
ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନରେ ଥିବା ଭୁବନେଶ୍ୱରର ପ୍ରତୀକ ଘୋଡା ପ୍ରତିମୁର୍ତ୍ତି ହଟାଇବା ପ୍ରସଙ୍ଗରେ ବିରୋଧ ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁର ରାଉତରାୟ ଆଜି ଏହି ଐତିହ୍ୟସ୍ଥଳକୁ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଛନ୍ତି । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୁର୍ତ୍ତିକୁ ହଟାଇବାକୁ ନେଇ ଆରମ୍ଭ ହୋଇଛି ବିବାଦ ।

୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା । ନିକଟରେ ମଧ୍ୟ ଅନେକ ନର୍ତ୍ତକୀ ମୁର୍ତ୍ତି ସ୍ଥାନ ପାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଞ୍ଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ସରକାରୀ ଚିହ୍ନର ମଧ୍ୟଭାଗରେ ସ୍ଥାନ ଦିଆଯାଇଥିଲା ।












Click it and Unblock the Notifications