ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ । ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀଙ୍କୁ ଭୋଟ ଦେଲେ ମୋକିମ୍‌ ।

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ।
ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀଙ୍କୁ ଭୋଟ ଦେଲେ ମୋକିମ୍‌ । ଓଡ଼ିଆ ଭାବାବେଗ ଓ ଓଡ଼ିଆ ଝିଅକୁ ସମ୍ମାନ ଦେଇ ଭୋଟ ଦେଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

Congress MLA Mohammed Moquim

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ବିବେକ ଅନୁଯାୟୀ ଭୋଟ ଦେଇଛି । ଦଳୀୟ ହ୍ୱିପ୍ ଜାରି ହୋଇ ନଥିବାରୁ ବିବେକ ଅନୁଯାୟୀ ଭୋଟ ଦେଇଛି । ପୂର୍ବରୁ ପିସିସି ସଭାପତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ୍ ଗ୍ରହଣ । ସନ୍ଧ୍ୟା ୫ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଜୁଲାଇ ୨୧ରେ ଭୋଟ୍ ଗଣତି ହେବ । ସେହିପରି ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି ବିଜେଡି । ଆଜି ଦଳର ସମସ୍ତ ବିଧାୟକ ଓ ସାଂସଦମାନେ ଦ୍ରୌପଦୀଙ୍କୁ ଭୋଟ ଦେବେ। ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ କେମିତି ଯିବ, ସେ ନେଇ ବିଜେଡି କରୁଛି ପ୍ରୟାସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+