ପ୍ରଚାର ବେଳେ ଅସୁସ୍ଥ ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ, ଏକ୍ସରେ ଦେଲେ ସୂଚନା
ପ୍ରଚାର ବେଳେ ଅସୁସ୍ଥ ହେଲେ ବିଜୟ ପଟ୍ଟନାୟକ । କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରବଳ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା। ତା' ସହିତ ତାଙ୍କର ୟୁରିନ ଇନ୍ଫେକ୍ସନ ହୋଇଛି। ତେଣୁ ପ୍ରଚାର କାର୍ଯ୍ୟ ଛାଡ଼ି ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ଭୁବନେଶ୍ୱର ଫେରି ଆସିଛନ୍ତି। ବିଜୟ ପଟ୍ଟନାୟକ X ଯୋଗେ ଏହି ସୂଚନା ଦେଇଛନ୍ତି।

ଏଥିରେ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ ଅଂଶୁଘାତ ଓ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନ ଯୋଗୁ ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଆସିଛନ୍ତି। ତେବେ ଏହା ସାମୟିକ। ସେ ପ୍ରଚାରକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା ଯୋଗୁ ଲୋକଙ୍କ ପ୍ରାର୍ଥନା ଓ ସହଯୋଗ ଗୁରୁତ୍ୱପୂର୍ଣ୍ଣ।
ଏହି ଲେଖା ସହିତ ବିଜୟ ପଟ୍ଟନାୟକ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ପାରଳାଖେମୁଣ୍ଡି ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଖରା ଯୋଗୁ ମୋତେ ଜ୍ୱର ହୋଇଯାଇଛି। ସେଥିପାଇଁ ମୁଁ ଚିକିତ୍ସିତ ହେଉଛି। ଖୁବ୍ଶୀଘ୍ର ଭଲ ହୋଇଯିବି। ଆପଣମାନଙ୍କ ଗହଣକୁ ପୁଣି ଥରେ ଫେରିଯିବି। ଆପଣଙ୍କ ସହିତ ରହିବି ଓ ଆପଣମାନଙ୍କ ସହିତ ଲଢ଼ିବି। ଏ ଲଢ଼େଇ ହେଉଛି ନ୍ୟାୟର ଲଢ଼େଇ। ଏ ଲଢ଼େଇ ଟଙ୍କାର ଲଢ଼େଇ ନୁହେଁ।












Click it and Unblock the Notifications