ମେ ୩ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ମେ' ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ । ତେବେ ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏନେଇ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବେ । ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି ।

ତେବେ ରାହୁଲ ଗାନ୍ଧୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି । ରାହୁଲ ଏପ୍ରିଲ ୨୮ରେ ଓଡ଼ିଶା ଆସିଥିଲେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ । ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାହୁଲ ।
ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରୀଛାତ୍ରଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁରର କୁଳିଆରେ ପହଞ୍ଚିଥିଲେ ।












Click it and Unblock the Notifications