କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ

ଭୁବନେଶ୍ୱର : କଂଗ୍ରେସ ନେତା ସୁରେଶ କୁମାର ରାଉତ ରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା । ତେବେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର କଲା ଦଳ

Sura Routray

ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ମିଳିଛି । ଏହି ଖବର ନେଇ ସୁର କହିଛନ୍ତି ' ମୁଁ ଏହି ପଦକ୍ଷେପକୁ ହୃଦୟର ସହିତ ସ୍ୱାଗତ କରୁଛି । ମୁଁ ଦଳ ପାଇଁ ପୂର୍ବପରି ନିଜର କାର୍ଯ୍ୟ ଜାରି ରଖିବି ।

ଭୁବନେଶ୍ୱର ଲୋକସଭା ଆସନର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥନରେ ପ୍ରଚାର କରିବାରୁ ସୁରଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଥିଲା ।

ତେବେ କାରଣ ଦର୍ଶାଅ ନୋଟିସ୍‌ ପାଇବା ପରେ ସୁର ରାଉତରାୟ କହିଥିଲେ, ସେ କୌଣସି ଦଳ ପାଇଁ ପ୍ରଚାର କରିନି । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଥିଲେ ସୁର । ଆଉ ଆଜି ଏଆଇସିସି ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+