ବିଜେଡି ବିଜେପି ଉପରେ ବର୍ଷିଲେ ସଚ୍ଚିନ ପାଇଲଟ, କହିଲେ...

ବାଲେଶ୍ୱର : ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଚିନ ପାଇଲଟ । ଏହି ସଭାରେ ପାଇଲଟ କହିଛନ୍ତି, ଓଡିଶାରେ ବିଜେପି ଓ ବିଜେଡି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ୱାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ ।

sachin pilot

ସେହିପରି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ଏମପି ଶ୍ରୀକାନ୍ତ ଜେନା ଥିବା ସମୟରେ ଅଞ୍ଚଳରେ ବିକାଶ ହୋଇଥିଲା । କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ ହୋଇପଡିଛି । ତେଣୁ ଏଥର ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+