ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧି
ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଲେ । ବିମାନ ବନ୍ଦରରେ ରାହୁଲ ଗାନ୍ଧିଙ୍କୁ ଭବ୍ୟ ସ୍ବାଗତ । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେ ବି ପହଞ୍ଚିଲେ।
ବରମୁଣ୍ଡା ପଡ଼ିଆରେ ସମାବେଶରେ ଯୋଗ ଦେବେ ।ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ ଓ ବମ ସ୍କ୍ବାଡ ଟିମ ନିୟୋଜିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଶୁକ୍ରବାର କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ଆୟୋଜିତ ହେବ। ଏଥିରେ ରାହୁଲ ଗାନ୍ଧୀଙ୍କ ସହିତ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଉପରେ ବର୍ଷିଛି ଭାଜପା। ଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ ବୋଲି ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ରାଜ୍ୟରେ କଂଗ୍ରେସ ଆଜି ବି ହତାଶା ଭିତରେ ରହିଛି। ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। କଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନ ବୋଲି ଭାଜପା ନେତା ପ୍ରକାଶ କରିଛନ୍ତି।
ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ। ତାଙ୍କ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ନେହେରୁଙ୍କ ସମୟରେ ବାପା-ଝିଅ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମା', ପୁଅ ଏବଂ ଏବେ ମା'-ପୁଅ-ଝିଅ-ଜ୍ୱାଇଁଙ୍କ ଦଳ ବୋଲି ଭାଜପା ନେତା ଅଭିଯୋଗ କରିଛନ୍ତି।
ଗଣତନ୍ତ୍ର କଥା କହୁଥିବା କଂଗ୍ରେସ ପ୍ରଥମେ ସମ୍ବିଧାନକୁ ସଂଶୋଧନ କରିଥିଲା। କଂଗ୍ରେସ ଅସ୍ତଗାମୀ ରାଜନୈତିକ ଦଳ। ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ଓଡିଶା ମାଟିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁଲ ମାଗନ୍ତୁ ବୋଲି ଭାଜପା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଭାଜପା ଅଭିଯୋଗ ଉପରେ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳି ପାରିପାରି ନାହିଁ।












Click it and Unblock the Notifications