ଆଳୁ ସଙ୍କଟକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାର ହରଡଘଣାରେ ପଡିଛନ୍ତି । ଖାଉଟି ହନ୍ତସନ୍ତ ହେଉଛନ୍ତି ଓ ସରକାରଙ୍କୁ ଦୋଷ ଲଦୁଛନ୍ତି । ଏହାରି ଭିତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କିନ୍ତୁ ଅଲଗା କଥା କହିଛନ୍ତି ।

Vijay Patnaik

ସେ କହିଛନ୍ତି କି, ପୂର୍ବ ସରକାର ଆଳୁ ମିଶନ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି । ବର୍ତ୍ତମାନ ସରକାରଙ୍କ ପ୍ରଥମ କାମ ହେଉଛି ପୂର୍ବ ସରକାର ସମୟରେ ଆଳୁ ମିଶନ କାହିଁକି ଫେଲ ହେଲା ତାର ତଦନ୍ତ କରନ୍ତୁ । ସେ କହିଛନ୍ତି କି, ୨୦୧୬ ମସିହାରେ ବିଜେଡି ସରକାର ଆଳୁ ମିଶନ ତିଆରି କରିଥିଲେ ।

ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବିଲ୍ କଲେ । ହେଲେ ତାହା ସଫଳ ହେଲା ନାହିଁ । ଫଳରେ ଆଜି ରାଜ୍ୟର ଖାଉଟି ହନ୍ତସନ୍ତ ହେଉଛନ୍ତି । ଏହା ଉପରେ ତଦନ୍ତ ହେବା ଦରକାର । ଏହାସହ ଆଳୁ ଚାହିଦା ପୁରଣ କରିବା ଓ ଦାମ କରିବାକୁ ଏବେକାର ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ନେଇ ବିଜୟ ପଟ୍ଟନାୟକ କହିଛନ୍ତି କି, ରାଜ୍ୟ ସରକାର ରାଜ୍ୟର ଖାଉଟିଙ୍କ ସମସ୍ୟାକୁ ଜମା ଗୁରୁତ୍ୱ ଦେଉନାହାଁନ୍ତି ।
ବିଜୟ ପଟ୍ଟନାୟକଙ୍କ କହିବା ମୁତାବକ
ପରିଚାଳନା ଗତ ତ୍ରୁଟି ଯୋଗୁଁ ଆଳୁ ମିଶନ ଫେଲ ହୋଇଛି
ସରକାରୀ ଶିତଳଭଣ୍ଡାରକୁ ବିଜେଡି ସରକାର ବନ୍ଦ କରିଦେଇଛନ୍ତି
୧ଲକ୍ଷ ହେକ୍ଟର ଜମିରେ ଆଳୁ ଚାଷ ହେଲେ ରାଜ୍ୟର ଚାହିଦା ପୁରଣ ହେବ
ପଶ୍ଚିମବଙ୍ଗ ସରକାର କାହିଁକି ଆଳୁ ଗାଡି ଅଟକାଉଛନ୍ତି ସେ ନେଇ ସରକାର ବିଚାର କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+