For Quick Alerts
Turn On Notification  
For Daily Alerts
Oneindia App Download

Odisha Bandh: ଓଡ଼ିଶା ବନ୍ଦ ପଢନ୍ତୁ କେଉଁମାନେ ଏଥିରୁ ପଡିଛନ୍ତି ବାଦ୍

ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି ବିରୋଧରେ ସୋମବାର 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।

|

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ । ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି ବିରୋଧରେ ସୋମବାର 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।

Odisha Band

ଆସନ୍ତାକାଲି ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତି ଆବଶ୍ୟକ ସେବାରେ ଥିବା ଗାଡ଼ି ଏଥିରୁ ବାଦ୍ ପଡ଼ିବ । ସେହିଭଳି ଯେଉଁ ଗାଡ଼ିରେ ଫୁଲ ସଜା ହୋଇଥିବ, ସେ ଗାଡ଼ିକୁ ବି ବନ୍ଦ ଡାକରାରୁ ବାଦ୍ ଦିଆଯିବ । ଅର୍ଥାତ ବିବାହ ପାଇଁ ଯାଉଥିବା ଗାଡ଼ି କିମ୍ବା ସତ୍କାର ପାଇଁ ଯାଉଥିବ ଗାଡ଼ିକୁ ଏଥିରୁ ବାଦ ଦିଆଯିବ। ସାଧାରଣଲୋକଙ୍କର ଯେପରି ଅସୁବିଧା ହେବନି ତା'ଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି।

କେବଳ ପେଟ୍ରୋଲ ଓ ଡିଜେଲ୍, ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧି ନୁହେଁ ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress has called for 'Odisha Band' tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X