Odisha Bandh: ଓଡ଼ିଶା ବନ୍ଦ ପଢନ୍ତୁ କେଉଁମାନେ ଏଥିରୁ ପଡିଛନ୍ତି ବାଦ୍
ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ସୋମବାର 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ । ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ସୋମବାର 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି କଂଗ୍ରେସ ।

ଆସନ୍ତାକାଲି ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତି ଆବଶ୍ୟକ ସେବାରେ ଥିବା ଗାଡ଼ି ଏଥିରୁ ବାଦ୍ ପଡ଼ିବ । ସେହିଭଳି ଯେଉଁ ଗାଡ଼ିରେ ଫୁଲ ସଜା ହୋଇଥିବ, ସେ ଗାଡ଼ିକୁ ବି ବନ୍ଦ ଡାକରାରୁ ବାଦ୍ ଦିଆଯିବ । ଅର୍ଥାତ ବିବାହ ପାଇଁ ଯାଉଥିବା ଗାଡ଼ି କିମ୍ବା ସତ୍କାର ପାଇଁ ଯାଉଥିବ ଗାଡ଼ିକୁ ଏଥିରୁ ବାଦ ଦିଆଯିବ। ସାଧାରଣଲୋକଙ୍କର ଯେପରି ଅସୁବିଧା ହେବନି ତା'ଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି।
କେବଳ ପେଟ୍ରୋଲ ଓ ଡିଜେଲ୍, ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ନୁହେଁ ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications