ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ, ସିଦ୍ଧାର୍ଥ ଲଢ଼ିବେ ନିମାପଡ଼ାରୁ

ଭୁବନେଶ୍ୱର : ଆଜି କଂଗ୍ରେସ ରାଜ୍ୟରେ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୩ ଲୋକ ସଭା ଏବଂ ୧୬ ବିଧାନସଭା ଲାଗି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଉ ଏହି ପ୍ରାର୍ଥୀ ତାଲିକାରେ ଜଟଣି ବିଧାୟକ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଦଳ ଦେଇଛି ଟିକେଟ । ସିଦ୍ଧାର୍ଥ ଟିକେଟ ପାଇବା ପରେ ଆରମ୍ଭ ହୋଇଛି ବିଭିନ୍ନ ଚର୍ଚ୍ଚା ।

ନିକଟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବାପା ସୁରେଶ ରାଉତରାୟଙ୍କୁ କଂଗ୍ରେସ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବିତ କରିଛି । ଆଉ ଏପଟେ ପୁଅ ସିଦ୍ଧାର୍ଥଙ୍କୁ ଦଳ ଦେଇଛି ଟିକେଟ । ବର୍ତ୍ତମାନ ଏହି ଆସନରୁ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ଏବଂ ବିଜେପିର ପ୍ରଭାତୀ ପରିଡ଼ା ବିଜେଡିର ଦିଲ୍ଳୀପ ନାୟକଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Siddharth Routray

ଅନ୍ୟପଟେ ଯେଉଁ ୧୬ ବିଧାନସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ କରିଛି ସେଥି ମଧ୍ୟରୁ ଝାରସୁଗୁଡ଼ାରେ ଅମିତା ବିଶ୍ୱାଳ, ବଡ଼ସାହିରେ କ୍ଷୀରୋଦ ଚନ୍ଦ୍ର ପାତ୍ର, ବିଭୂ ଭୂଷଣ ରାଉତ, କଣ୍ଟାମାଳରେ ମନୋଜ କୁମାର ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରେ ସିପ୍ରା ମଲ୍ଲିକ, ରାଜନଗରରେ ଅଶୋକ ପ୍ରତିହାରୀ, ମହାକାଳପଡ଼ାରେ ଲୋକନାଥ ମହାରଥୀ, ନିମାପଡ଼ାରେ ସିଦ୍ଧାର୍ଥ ରାଉତରାୟ, ପିପିଲିରେ ଜ୍ଞାନରଂଜନ ପଟ୍ଟନାୟକ,

ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆ, ଖୋର୍ଦ୍ଧାରେ ସୋନାଲି ସାହୁ, ଚିଲିକାରେ ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନ ଓ ଦଶପଲ୍ଲାରେ ନକୁଳ ନାୟକଙ୍କୁ ପ୍ରାର୍ଥୀ କରିଛି ।
ଏହି ପ୍ରାର୍ଥୀ ତାଲିକା ସହ କଂଗ୍ରେସ ୧୩୮ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ ୯ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+