କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ : ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଅଫିସ୍ ଘେରାଉ

ଆଜି କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଭୁବନେଶ୍ୱର: ଆଜି କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡିଶାରେ ବିଭିନ୍ନ ଅପରାଧିକ ମାମଲାର ଅନୁସନ୍ଧାନ କରୁଥିବା ସିବିଆଇର ଶୀଥିଳତା ପାଇଁ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

 Congress Founding Day Celebrated: CBI office Siege over chit fund issue

ଚିଟ୍‌ଫଣ୍ଡ ସମେତ ମାଧବୀଲତା, ଇତିଶ୍ରୀ ଓ ସସ୍ମିତା ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତରେ ସିବିଆଇର ଶିଥିଳତା ଯୋଗୁଁ ଓଡିଶାର ଜନସାଧାରଣ ଏବଂ ସଂପୃକ୍ତ କ୍ଷତିଗ୍ରସ୍ତ ପରିବାରଗୁଡିକ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡି ସରକାରଙ୍କର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସଂପୃକ୍ତ ଅଛନ୍ତି । ଅନେକ ମାମଲାରେ ସେମାନେ ଗିରଫ ହୋଇ ଜେଲ୍ ଯାଇଛନ୍ତି । ମାମଲା ସିବିଆଇ ପାଖରେ ଅନୁସନ୍ଧାନ ପାଇଁ ଦୀର୍ଘଦିନ ଧରି ପଡିରହିଛି । ହେଲେ କେନ୍ଦ୍ରର ମୋଦି ସରକାରଙ୍କ ସହ ରାଜ୍ୟ ବିଜେଡି ସରକାରଙ୍କର ଭିତିରି ବୁଝାମଣା ପାଇଁ ଏହିପରି ସଂଗୀନ ମାମଲାର ତଦନ୍ତ ଆଗେଇ ପାରୁନାହିଁ ଏବଂ ପୁରସ୍କାର ସ୍ୱରୂପ ସଂସଦରେ ବିଭିନ୍ନ ବିଲ୍‌କୁ ବିଜେଡିର ସମର୍ଥନ ସହ ରାଜ୍ୟସଭା ନିର୍ବାଚନଗୁଡିକରେ ମଧ୍ୟ ଉଭୟ ଦଳର ବୁଝାମଣା ଭିତିରେ ବିଜେପିର ନେତାମାନେ ଫାଇଦା ହାସଲ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ବାଢିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+