ସମ୍ଭାବ୍ୟ ବାତ୍ୟାକୁ ନେଇ ଟାକ୍ସଫୋର୍ସ କମିଟି ଗଠନ କଲା କଂଗ୍ରେସ
ସମ୍ଭାବ୍ୟ ବାତ୍ୟା ‘ୟାସ୍’କୁ ନେଇ ୧୦ଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି ।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା 'ୟାସ୍'କୁ ନେଇ ୧୦ଟି ଜିଲ୍ଲାର ଜନସାଧାରଣଙ୍କୁ ଆବଶ୍ୟକୀୟ ସୂଚନା, ବିଭିନ୍ନ ସେବା ଓ ସହଯୋଗ ଯୋଗାଇବା ଲାଗି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୧୧ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି ।

ଏହି କମିଟିରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷ ଥିବାବେଳେ, ଜାନକୀବଲ୍ଲଭ ପଟ୍ଟନାୟକ ଆବାହକ, ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ବିଶ୍ୱଭୂଷଣ ଦାସ, ଶମ୍ଭୁନାଥ ପାଣିଗ୍ରାହୀ ପଦ୍ମାକର ଗୁରୁ,ବିଜୟାନନ୍ଦ ଚାଉଳିଆ, ନଳିନୀକାନ୍ତ ମହାନ୍ତି, ସତ୍ୟଶିବ ଦାସ, ଯୋଗେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିପରି ବାତ୍ୟା ସମ୍ଭାବ୍ୟ ଜିଲ୍ଲା ଗୁଡ଼ିକରେ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଆଜି ସୁଦ୍ଧା ୮ ଜଣିଆ କମିଟି ଗଠନ କରିବା ସହ ସେମାନଙ୍କର ଯୋଗାଯୋଗ ନମ୍ବର ସହ ୨୪ ଘଣ୍ଟିଆ ହେଲପ୍ ଲାଇନ ନମ୍ବର ଜିଲ୍ଲା ବାସୀଙ୍କ ଲାଗି ଜାରିକରିବାକୁ ଓ ଲୋକଙ୍କୁ ଯଥାସମ୍ଭବ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।












Click it and Unblock the Notifications