୫ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ବରୀରୁ ଦେବାଶିଷ ନାୟକଙ୍କୁ ମିଳିଲା ଟିକେଟ
ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ନେଇ ରାଜନୀତିକ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ଆଜି ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ଦଳ ଟିକେଟ୍ ଦେଇଥିବାବେଳେ ବରୀରେ ଦେବାଶିଷ ନାୟକଙ୍କୁ ଟିକେଟ୍ ମିଳିଛି। ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଥିବାବେଳେ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। କେବଳ ଆଠଗଡ଼ରେ ସୁଦର୍ଶନ ସାହୁଙ୍କୁ ନଳଆ ପ୍ରାର୍ଥୀ ଘୋଷଣା କରିଛି ଦଳ।

ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ପ୍ରାର୍ଥୀ ଘୋଷଣା ହୋଇଛି। ସେହିପରି ଆଠଗଡରେ ମେହବୁବ ଅହମ୍ମଦ ଖାନଙ୍କ ଜାଗାରେ ସୁଦର୍ଶନ ପ୍ରାର୍ଥୀ ହୋଇଥିବାବେଳେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।
ସବୁଠାରୁ ବଡ଼ କଥା ହେଉଛି କି ବିଜେଡି ଓ ବିଜେପି ଦେବାଶିଷଙ୍କୁ ବିଶ୍ୱାସ କରି ନଥିଲେ ମଧ୍ୟ କଂଗ୍ରେସ ତାଙ୍କୁ ବରୀରୁ ଟିକେଟ ଦେଇଛି । କାରଣ ଟିକେଟ ପାଇଁ ବିଜେଡି ଛାଡି ବିଜେପିରେ ମିଶିଥିଲେ ଦେବାଶିଷ ସେଠାରୁ ନିରାଶ ହେବା ପରେ ସେ କାଲି କଂଗ୍ରେସରେ ଯୋଗ ଦେଇଥିଲେ ଆଜି ଦଳ ତାଙ୍କୁ ବରୀରୁ ବିଧାନସଭା ପ୍ରାର୍ଥୀ କରିଛି ବୋଲି ଘୋଷଣା କରିଛି ।












Click it and Unblock the Notifications