୨୮ ତାରିଖ ସୁଦ୍ଧା ଆସିପାରେ କଂଗ୍ରେସ ପ୍ରାର୍ଥୀ ତାଲିକା; ୮୦ ପ୍ରତିଶତ ଟିକେଟ ଫାଇନାଲ ସରିଛି କହିଲେ ସୁର ରାଉତରାୟ
କଂଗ୍ରେସ ୪ଟି ପର୍ଯ୍ୟାୟରେ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଓଡ଼ିଶାର ଜଣେ ବି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ଦଳ ।ଓଡ଼ିଶାରୁ ଜଣେ କଂଗ୍ରେସ ସାଂସଦ ଥିବା ବେଳେ ଦଳ ଏପର୍ଯ୍ୟନ୍ତ କାହା ନାମ ଘୋଷଣା କରିନାହିଁ।

ତେବେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ୮୦ ପ୍ରତିଶତ ଟିକେଟ ଫାଇନାଲ ସରିଛି । ତାଲିକାରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଅଧିକ ପ୍ରାଧାନ୍ୟ । ଆଉ ୨୮ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଥିବା କହିଛନ୍ତି । ତେବେ ଏହାରି ମଧ୍ୟରେ ଦ୍ଵନ୍ଦ ଉପୁଜିଛି । ପ୍ରାର୍ଥୀ ପ୍ରଚାର କରିପାରୁ ନାହାନ୍ତି ।












Click it and Unblock the Notifications