ଆସନ୍ତା ୧୦ ତାରିଖ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଦିନକୁ ଦିନ ମାମିତା ମେହେର ମର୍ଡର ମାମଲାକୁ ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି। ବିଧାନସଭା ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ମୁଲତବୀ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଛି ବିଧାନସଭା ଘେରାଉ ଡାକରା। ଆସନ୍ତା ୧୦ ତାରିଖ ଦିନ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଘୋଷଣା କରାଯାଇଛି।

କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଆସନ୍ତା ୧୦ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ମଙ୍ଗଳବାର ଦିନ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୟାସିର କହିଥିଲେ ଯେ ମମିତା ପ୍ରସଙ୍ଗ‌ରେ ମୁଖ୍ୟମନ୍ତ୍ରୀ ନିରବ ରହିଥ‌ିଲେ। ବିଧାନସଭା ବାହାରେ ଓ ଭିତରେ ପ୍ରବଳ ପ୍ରତିବାଦ ହେବା ପରେ ଏକ ବିବୃତି ଦେଇ ପ୍ରସଙ୍ଗକୁ ଚାପି ଦେବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଛାତ୍ର କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅଜୟ ସାହୁ, ଆଦିତ୍ୟ ପ୍ରିତମ ଦାସ, ବିକାଶ ପଶୁପାଳକ ଓ ବିଶ୍ବଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତଦନ୍ତକୁ ବାଟବଣା କରି ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+