ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ

ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଦେଲେ ଚିଠି। ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଆଣିଲା ଅନାସ୍ଥା ।

congress

ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲା ରାଜ୍ୟ କଂଗ୍ରେସ। ୧୫ ବିଧାୟକଙ୍କ ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଆଣିଲା। ବିଧାନସଭା ସଚିବଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଲା କଂଗ୍ରେସ । ଅନ୍ୟପଟେ ବିରୋଧୀ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନାହିଁ ।

କଂଗ୍ରେସ କିନ୍ତୁ ବିରୋଧୀ ଦଳର ସହଯୋଗ ଲୋଡିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାମ୍ବରରେ କଂଗ୍ରେସ ନେତା ପହଞ୍ଚି ସହଯୋଗ ଲୋଡିଛନ୍ତି । ମୋହନ ସରକାର ବିରୋଧରେ ଅନାସ୍ଥା ଆଣିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଚିଠି ଦେଇଛି କଂଗ୍ରେସ । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗୃହକୁ ସରଗରମ କରିପାରେ ଅନାସ୍ଥା ତାତି ।

ଆଜି ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ରାଜ୍ୟ ରାଜନୀତିରେ ପୁଣିଥରେ ଅନାସ୍ଥା ଚର୍ଚ୍ଚା । ଏହି ଅନାସ୍ଥା ପ୍ରସ୍ତାବରେ କଂଗ୍ରେସ ୧୨ ବିଧାୟକ ଓ ଜଣେ ସିପିଆଇମ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ କଂଗ୍ରେସ ବିଧାୟକମାନେ ବିଜେଡି ବିଧାୟକଙ୍କ ସମର୍ଥନ ଲୋଡିଛନ୍ତି । ନବୀନଙ୍କ ଚାମ୍ବରରେ ପହଞ୍ଚି ବିଜେଡିର ସମର୍ଥନ ଲୋଡିଛି କଂଗ୍ରେସ। ବିରୋଧୀଦଳ ନେତାଙ୍କ ପ୍ରକୋଷ୍ଠରେ ବିଜେଡି ସହ ବୈଠକ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ସାମିଲ ଅଛନ୍ତି ।

ଅନ୍ୟପଟେ କଂଗ୍ରେସ ଆଲୋଚନା କରିନି ବୋଲି ବିଜେଡି କହିଛି। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି। କଂଗ୍ରେସ ଆଲୋଚନା କରିନି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ। ଆମେ ଆମ ପ୍ରସଙ୍ଗ ଉଠାଇବୁ କହିଲେ ପ୍ରମିଳା ମଲ୍ଲିକ ।

ତେବେ କଣ ରହିବ ବିଜେଡିର ଆଭିମୂଖ୍ୟ ? କଂଗ୍ରେସ ସମର୍ଥନରେ ବିଜେଡି ବାହାରିବ ନା ନିଜେ ଗୃହରେ ଅନାସ୍ଥା ଆଣିବ ତାକୁ ନେଇ ଚର୍ଚ୍ଚା। ଏନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବିଜେଡ଼ି କହିଛି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।

ଅନ୍ୟପଟେ ନମ୍ବର କହୁଛି ଆନାସ୍ଥା ଆସିଲେ ଭାଜପା ସରକାର ପାଇଁ ବିପଦ ନାହିଁ। କଂଗ୍ରେସ ଅନାସ୍ଥା ଆଣିଲେ ଦଳର କିଛି କ୍ଷତି ହେବାର ନାହଁ । ବିଧାନସଭାର ମୋଟ ୧୪୭ ସିଟରୁ ଗୋଟି ସିଟ୍ ଖାଲି ପଡିଥିବା ବେଳେ ଭାଜପା ବିଧାୟକ ସଂଖ୍ୟା ୭୮ ବିଜେଡିର ୫୦, କଂଗ୍ରେସର ୧୪ ଓ ଅନ୍ୟାନ୍ୟ ବିଧାୟକ ସଂଖ୍ୟା ୪ । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବିଜେଡି ବିଧାୟକ ସଂଖ୍ୟା ୫୦କୁ ଖସିଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+