ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ; ବିଜେପି ବିଧାୟକ
ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ,ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିରୋଧୀଭାବେ କିପରି କାର୍ଯ୍ୟ କରାଯାଏ ଶିଖି ନାହାନ୍ତି। ଗୃହ ଭିତରେ ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରୁଛନ୍ତି । ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରୁଛନ୍ତି,କ୍ଷମା ମାଗନ୍ତୁ ଏମିତି କିଛି କହି ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।

ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଗୃହରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ନେଇ ବିଜେପିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା।
ମହିଳା ବାଚସ୍ପତିଙ୍କୁ କାଗଜ ଫଙ୍ଗି ଅପମାନିତ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ। ବିରୋଧୀ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା କଥା, ତାହା ଶିଖିନାହାନ୍ତି। ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ କ୍ଷମା ମାଗନ୍ତୁ ବିରୋଧୀ। ଆଜି ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।












Click it and Unblock the Notifications