Get Updates
Get notified of breaking news, exclusive insights, and must-see stories!

ନୂଆପଡ଼ା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହା ଉପରେ ଦଳ କଲା ଭରସା?

ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ କମ୍ପିଲାଣି ପ୍ରଚାର ମୈଦାନ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ପ୍ରସ୍ତୁତ କଲେଣି ରଣନୀତି । ଏହାରି ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା। ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।

Congress

ନୂଆପଡ଼ା ଆସନ ବିଜେଡି ଖାତାରେ ଥିବାରୁ ଏହାକୁ ବଜାୟ ରଖିବା ଦଳ ପାଇଁ ଏସିଡ ଟେଷ୍ଟ ଠାରୁ କମ ନୁହେଁ । ଦଳ କ୍ଷମତା ବାହାରେ ଥାଇ ପ୍ରଥମ ଉପ-ନିର୍ବାଚନ ଲଢୁଛି । ହେଲେ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଫଳାଫଳ କ'ଣ ହେବ ଲୋକ ନିର୍ଣ୍ଣୟ କରିବେ । ଭିନ୍ନ ରଣନୀତି ନେଇ ଆଗକୁ ବଢୁଥିବା କଂଗ୍ରେସ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ପାଇଁ ଆଶାବାଦୀ ରହିଛି । ନୂଆପଡ଼ା ବିଜୟ ପାଇଁ ୩ ଦଳ ଅଣ୍ଟା ଭିଡ଼ିଛନ୍ତି , ୩ ଦଳର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେଣୁ ନୂଆପଡ଼ା ବାଜି କିଏ ଜିତିବ ? ତାହା ଏବେ ଠୁ କହିବା ମୁସ୍କିଲ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+