ଆଉ ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ ଦଳ କାହାକୁ କେଉଁଠି କରିଛି ପ୍ରାର୍ଥୀ

ଆସିଲା କଂଗ୍ରେସର ସାଂସଦ ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କେନ୍ଦୁଝରରୁ ମୋହନ ହେମ୍ବ୍ରମ,

congress bhawan

ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, ପୁରୀରୁ ସୁଚରିତା ମହାନ୍ତି ଏବଂ ଭୁବନେଶ୍ୱରରୁ ୟାସିର ନଓ୍ବାଜଙ୍କୁ ଲୋକ ସଭା ପ୍ରାର୍ଥୀ କରିଛି କଂଗ୍ରେସ। ଏହା ପୂର୍ବରୁ କଂଗ୍ରେସ ଓଡ଼ିଶାର ୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।

ପ୍ରଥମ ତାଲିକାରେ ୭ଟି ଆସନରେ ନୂଆ ପ୍ରାର୍ଥୀ ଦେଇଥିଲା ଦଳ । ଏହାକୁ ମିଶାଇ ମୋଟ ୧୫ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଏହାସହ ଆଗାମୀ ଓଡ଼ିଶା ବିଧାନସଭା ପାଇଁ ୪୭ ଆସନ ଲାଗି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+