୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ , କଟକ ବାରବାଟୀରୁ ଲଢ଼ିବେ ସୋଫିଆ ଫିର୍ଦ୍ଦୋସ
ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ରବିବାର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ସେହିପରି ବାରପଦା ଓ ଖଣ୍ଡପଡ଼ା ବିଧାନସଭାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିଛି ।
ତେବେ ପୂର୍ବରୁ ସମ୍ବଲପୁର ଆସନ ପାଇଁ ଦଳ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବାବେଳେ, ଏବେ ତାଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି କଟକରୁ ଲୋକସଭା ପ୍ରାର୍ଥୀ ହେଇଛନ୍ତି ସୁରେଶ ମହାପାତ୍ର । ସେପଟେ ବାରିପଦା ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ବାଦଲ ହେମ୍ବ୍ରମଙ୍କ ବଦଳରେ ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ଖଣ୍ଡପଡାରେ ମନୋଜ କୁମାର ପ୍ରଧାନଙ୍କ ବଦଳରେ ଦଳ ବୈଜୟନ୍ତୀ ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଛି ।

ଏହାବାଦ୍ ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡଚଣାରୁ ଅଜୟ ସାମଲ, ପାଲଲହଡାରୁ ଫକୀର ସାମଲ, ବାରବାଟୀ-କଟକରୁ ସୋଫିଆ ଫିର୍ଦ୍ଦୋସ, ଜଗତସିଂହପୁରରୁ ପ୍ରତିମା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି ।












Click it and Unblock the Notifications