୩ ଲୋକ ସଭା ୧୬ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଲା କଂଗ୍ରେସ, ଜାଣନ୍ତୁ ଦଳ କାହାକୁ କେଉଁଠି କରିଛି ପ୍ରାର୍ଥୀ
ଭୁବନେଶ୍ୱର : ଶନିବାର କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୩ ଲୋକ ସଭା ଏବଂ ୧୬ ବିଧାନସଭା ଲାଗି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ କରିଥିବା ବେଳେ କେନ୍ଦୁଝରରୁ ବିନୋଦ ବିହାରୀ ନାୟକ ଏବଂ ଆସିକାରୁ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଧାନସଭା ଲାଗି କଂଗ୍ରେସ ଝାରସୁଗୁଡ଼ାରେ ଅମିତା ବିଶ୍ୱାଳ, ବଡ଼ସାହିରେ କ୍ଷୀରୋଦ ଚନ୍ଦ୍ର ପାତ୍ର, ବିଭୂ ଭୂଷଣ ରାଉତ, କଣ୍ଟାମାଳରେ ମନୋଜ କୁମାର ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରେ ସିପ୍ରା ମଲ୍ଲିକ, ରାଜନଗରରେ ଅଶୋକ ପ୍ରତିହାରୀ,

ମହାକାଳପଡ଼ାରେ ଲୋକନାଥ ମହାରଥୀ, ନିମାପଡ଼ାରେ ସିଦ୍ଧାର୍ଥ ରାଉତରାୟ, ପିପିଲିରେ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆ, ଖୋର୍ଦ୍ଧାରେ ସୋନାଲି ସାହୁ, ଚିଲିକାରେ ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନ ଓ ଦଶପଲ୍ଲାରେ ନକୁଳ ନାୟକଙ୍କୁ ପ୍ରାର୍ଥୀ କରିଛି । ଏହି ପ୍ରାର୍ଥୀ ତାଲିକା ସହ କଂଗ୍ରେସ ୧୩୮ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ ୯ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ ।












Click it and Unblock the Notifications