Get Updates
Get notified of breaking news, exclusive insights, and must-see stories!

କାର୍ତ୍ତିକ ବ୍ରତକୁ ନେଇ ଦ୍ୱନ୍ଦ୍ୱ:ପଞ୍ଜିକାରେ ଭିନ୍ନ ତାରିଖ, କେବେଠୁ ଆରମ୍ଭ ହେବ ବ୍ରତ ?

ପୁରୀ: କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାରେ ଦ୍ବନ୍ଦ୍ୱ । କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକ ହବିଷିଆଳିମାନେ ତାଙ୍କର ବ୍ରତ ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜ୍ୟୋତିର୍ବିଦଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ୧୭ରେ କୁମାର ପୂର୍ଣ୍ଣିମା ଓ ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ।

ତେବେ ପହିଲି କାର୍ତ୍ତିକ ବ୍ରତ କେଉଁଦିନ ଆରମ୍ଭ କରିବେ କାର୍ତ୍ତିକ ବ୍ରତଧାରିଣୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହେବ ନା କୁମାର ପୂର୍ଣ୍ଣିମା ପରଦିନ ହବିଷିଆଳିମାନେ ବ୍ରତ ପାଇଁ ସଙ୍କଳ୍ପ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ।

Kartik Brat
ପଞ୍ଜିକାରେ ଅକ୍ଟୋବର ୧୭ରେ କୁମାର ପୂର୍ଣ୍ଣିମା, ସୁଦର୍ଶନ ମହାପ୍ରଭୁଙ୍କ ଚାରି ଆଶ୍ରମ ବିଜେ ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି । କିନ୍ତୁ ପରମ୍ପରା ମୁତାବକ କୁମାର ପୂର୍ଣ୍ଣିମା ପରଦିନ ବା କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୁଏ। ଏଭଳି ପଞ୍ଜିକାର ଭିନ୍ନ ଭିନ୍ନ ତଥା ଅସାମଞ୍ଜସ୍ୟ ଯୋଗୁଁ କେଉଁ ଦିନ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷିଆଳିମାନେ ଜାଣିପାରୁନାହାନ୍ତି।

ପଞ୍ଜିକାର ତିଥି, ବାର, ଯାନିଯାତ୍ରା, ଶୁଭ ତଥା ମାହେନ୍ଦ୍ର ବେଳା, ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ, ଉପାସନା ଆଦି କରିଥାନ୍ତି। କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଯାନି ଯାତ୍ରା ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଥାଏ ବା କିପରି ସେହି ପର୍ବକୁ ପାଳନ କରିବେ ତାକୁ ନେଇ ତର୍କବିତର୍କ ଲାଗିରହେ। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ତା'ର ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ତାରିଖରେ ହେଉଥିବାରୁ ତାକୁ ସାଧାରଣ ଲୋକଙ୍କ ସମେତ ହବିଷିଆଳିମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବୁଧବାର ଗଜଲକ୍ଷ୍ମୀ ପୂଜା ଓ ଏହାର ପରଦିନ କୁମାର ପୂର୍ଣ୍ଣିମା ବ୍ରତ ପାଳନ ନେଇ ଗବେଷକମାନେ ସ୍ପଷ୍ଟ କରିଛନ୍ତି।

କି ପର୍ବପର୍ବାଣିଗୁଡ଼ିକରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ। ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ବାର ତାରତମ୍ୟ ଦେଖାଯାଇଥିବା ବେଳେ ଏହା ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ମତ ରଖିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଯେଉଁ ପଞ୍ଜିକାକୁ ସ୍ବୀକୃତି ମିଳିଛି, ସେଥିରେ ମଧ୍ୟ ଭିନ୍ନ ଭିନ୍ନ ତାରିଖ ରହିଛି ଯାହାକୁ ନେଇ ସନ୍ଦେହ । ଶ୍ରୀମନ୍ଦିରରେ ଗୁରୁବାର କୁମାର ପୂର୍ଣ୍ଣିମା ପର୍ବ ଓ ଶୁକ୍ରବାର ଅର୍ଥାତ ୧୮ ତାରିଖ କାର୍ତ୍ତିକ ବ୍ରତ ପାଳନ କରାଯିବା ନେଇ ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+