ବିବାଦ ତୁଟିଲା; ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ହେବ ଆରମ୍ଭ
ବିବାଦ ତୁଟିଲା। ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ। ବୈଠକ ପରେ ସୂଚନା ଦେଲେ ଜିଲ୍ଲାପାଳ ଚଞ୍ଚଳ ରାଣା। ଯେଉଁମାନେ ବିଶୃଙ୍ଖଳା କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ। ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ। ରିପୋର୍ଟ ମିଳିବା ପରେ ସେମାନଙ୍କୁ ସୋ କଜ୍ ନୋଟିସ୍ ହେବ।
ଅତି କମ୍ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍ପେଣ୍ଡ୍ କରାଯିବ।

ସୂଚନା ଅନୁସାରେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ମଧ୍ୟ ବନ୍ଦ ରହିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ନୀତି ବିଭ୍ରାଟକୁ ନେଇ ହୋଇଥିବା ବୈଠକରେ ବାହାରିଲାନି ନିଷ୍କର୍ସ। ପ୍ରଶାସନ ସହିତ ୨ ନିଯୋଗଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଯାହାଫଳରେ ପବିତ୍ର ସଂକ୍ରାନ୍ତିରେ ମଧ୍ୟ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଯାହାଫଳରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ନୀତି ଅନୁସାରେ ପବିତ୍ର ପୁଷ୍ୟାଭିଷେକ ଅବସରରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ସୋମବାର ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି












Click it and Unblock the Notifications