ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ:ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି
ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ:ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ବିୟୋଗରେ ଆଜି ସାରା ଦେଶରେ ଶୋକାକୁଳ ପରିବେଶ । ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ଉପ-ରାଷ୍ଟ୍ରପତି ଜଗଦୀପ ଧନକଡ଼ । ରାଷ୍ଟ୍ରପତି ଟ୍ୱିଟ୍ କରି ନବଦାସଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ଉପ-ରାଷ୍ଟ୍ରପତି ମଧ୍ୟ ଟ୍ୱିଟ୍ କରି ଶୋକବ୍ୟକ୍ତ କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ଏହି ପରି ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଦେଇଛି ।
ସୂଚନାଥାଉ ଯେ, ଦିନ ପ୍ରାୟ ବାରଟା । ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥାନ୍ତି । କାରରୁ ଓହ୍ଲାଇବା ସମୟରେ ବିଜେଡ଼ି କର୍ମାମାନେ ତାଙ୍କୁ ଫୁଲତୋଢା ଦେଇ ସ୍ୱାଗତ କରୁଥାନ୍ତି । ମାତ୍ର ହଠାତ୍ ଠୋ କରି ଶୁଭିଲା କିଛି ଶବ୍ଧ । କିଏ କିଛି ବୁଝିବା ଆଗରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ବାଜିଥିଲା ଗୋଟିଏ ଗୁଳି । ଯାହା ତାଙ୍କ ଶରୀରକୁ ଭେଦ କରି ଆରପଟେ ବାହାରି ଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସେଇଠି ଟଳି ପଢିଥିଲେ ନବ । ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେଠାରେ ମୁତୟନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଅନ୍ୟଜଣେ କନେଷ୍ଟବଳ ।












Click it and Unblock the Notifications