ପାଠକ ବାପ-ପୁଅଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ବହୁ ଚର୍ଚ୍ଚିତ ପାଠକ ବାପ-ପୁଅ (IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ)ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କୁ ସର୍ତ୍ତମୁଳକ ଜାମିନ ମଞ୍ଜୁର କରିଛନ୍ତି ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଠକ ବାପ-ପୁଅ (IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ)ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କୁ ସର୍ତ୍ତମୁଳକ ଜାମିନ ମଞ୍ଜୁର କରିଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଛନ୍ତି।

ଗତ ନଭେମ୍ବର ମାସ ୨୫ ଓ ୨୬ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ୍ ରେଡ୍ କରିଥିଲା । ଅଭୟଙ୍କ ଅମାପ ସମ୍ପତ୍ତି ଖୋସି ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି । ତା'ପରେ ଭିଜିଲାନ୍ସ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା । ଟାଟା ମୋଟର୍ସ ମାମଲାରେ ଆକାଶଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ ।
ଏହା ପୂର୍ବର ଡିସେମ୍ବର ୨୪ ତାରିଖ ପାଠକ ବାପା ଓ ପୁଅଙ୍କ ଜାମିନ ଖାରଜ କରିଥିଲେ କୋର୍ଟ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ ଆବେଦନ ଖାରଜ ଏଡିଜେ-୩ କୋର୍ଟ।












Click it and Unblock the Notifications