ଶିଳ୍ପ ଭଳି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ହେବ କନକ୍ଲେଭ୍: ଡିସେମ୍ବର ୧ ରୁ ମେଗା ଆୟୋଜନ
ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ବି ହେବ କନକ୍ଲେଭ୍ । ଆସନ୍ତା ବର୍ଷ ଡିସେମ୍ବର ୧ରୁ ୩ତାରିଖ ଯାଏଁ ଭୁବନେଶ୍ୱରରେ କନକ୍ଲେଭ୍ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ସହ ବୈଠକ କରି ତାରିଖ ସ୍ଥିର କରିଛନ୍ତି ।
ଭୁବନେଶ୍ୱର: ଶିଳ୍ପ ପରି ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ପାଇଁ ବି ହେବ କନକ୍ଲେଭ୍ । ଆସନ୍ତା ବର୍ଷ ଡିସେମ୍ବର ୧ରୁ ୩ତାରିଖ ଯାଏଁ ଭୁବନେଶ୍ୱରରେ କନକ୍ଲେଭ୍ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗ ସହ ବୈଠକ କରି ତାରିଖ ସ୍ଥିର କରିଛନ୍ତି ।

ଏଥିରେ କନଫରେନ୍ସ, ଏଗଜିବିସନ୍ ଓ ଇଭେଣ୍ଟସ କର୍ଣ୍ଣର ବି ହେବ । ସେଥିରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଶିକ୍ଷା ସମ୍ପୃକ୍ତ ରହିବ। ପ୍ରଥମ ଥର ପାଇଁ ଏହି ଗ୍ଲୋବାଲ ଇଭେଣ୍ଟ ହେବ। ଶିକ୍ଷା ରୂପାନ୍ତରଣରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ଓଡ଼ିଶା । ରାଜ୍ୟର ଶୈକ୍ଷିକ ବାତାବରଣ ବଦଳିବ । ଶିଳ୍ପ ପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ହେବ ।
୫୦ଟି ଦେଶରୁ ଶିକ୍ଷା ମନ୍ତ୍ରୀମାନେ ଆସିବେ । ସେମାନେ ସେମାନଙ୍କ ଦେଶର ଶିକ୍ଷା କଥା କହିବେ, ଆମ ଶିକ୍ଷା ବ୍ୟବସ୍ଥା ଦେଖିବେ। ଅନ୍ୟ ରାଜ୍ୟ ବି ଯୋଗ ଦେବେ । ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଅନେକ ନୂଆ କାମ ହୋଇଛି । ହାଇସ୍କୁଲ 5T ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ କାର୍ଯ୍ୟକ୍ରମକୁ ସୋକେସ୍ କରାଯିବ। ୧ ହଜାର କୋଟି ପୁଞ୍ଜି ନିବେଶ ଆଶା କରାଯାଉଛି। କେବଳ ଅର୍ଥ ନୁହେଁ, ପରାମର୍ଶ ଦେଇପାରିବେ ଅଭିଭାବକ ଓ ଶିକ୍ଷକ । ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ତଥା ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ମଙ୍ଗଳବାର ସୂଚନା ଦେଇଛନ୍ତି ।
କିଛି ଶିକ୍ଷା କରିଡର ସୃଷ୍ଟି କରିହେବ। ସ୍ୱତନ୍ତ୍ର ଶିକ୍ଷା ପାଇଁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ କଣ ହୋଇପାରିବ, ମୁଖ୍ୟ ଶାସନ ସଚିବ ସେ ଦିଗରେ କାମ କରୁଛନ୍ତି। ବଡ଼ ନିବେଶ ଟାର୍ଗେଟ୍ ଥିବାରୁ ନୂଆ ନୂଆ ବିଶ୍ଵବିଦ୍ୟାଳୟଙ୍କୁ ଯୋଗଦେବାକୁ ସ୍ୱାଗତ କରାଯାଉଛି। ଏଥିରେ ବ୍ଲକ ଚେନ ଟେକ୍ନୋଲୋଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ପରି ନୂଆ ନୂଆ କ୍ଷେତ୍ର ଆସିବ।
ଶିଳ୍ପରେ କ୍ଷେତ୍ରରେ ମେକ୍ ଇନ୍ ଓଡ଼ିଶା ଦ୍ୱାରା ରାଜ୍ୟକୁ ବ୍ୟାପକ ପୁଞ୍ଜି ନିବେଶ ହୋଇଛି । ୧୦ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବିନିଯୋଗ ପରେ ଏଥର ଶିକ୍ଷାର ପାଳି । ଶିକ୍ଷା କ୍ଷେତ୍ରରେ ହବ୍ ପାଲଟିଥିବା ଓଡ଼ିଶାରେ ହେବ 'ଏଡୁ କନକ୍ଲେଭ' ।












Click it and Unblock the Notifications