ବିଜ୍ଞାପନରେ ଶଙ୍ଖ ଚିହ୍ନ ମାମଲା: ECI ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲା । ଶୁଣାଣି କରି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ECI ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ ।

High court

ଇସିଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ପୁଣି ଆସିପାରିବେ ବୋଲି କହିଲେ ହାଇକୋର୍ଟ । ବିଜେପି ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଥିଲା ।

ଓଡ଼ିଶା ସରକାର ବିଭିନ୍ନ ଜନମଂଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜେଡିର ଦଳୀୟ ଚିହ୍ନ, ଶଂଖ ଚିହ୍ନକୁ ବ୍ୟବହାର କରୁଥିବା ଅଭିଯୋଗ ଆଣି ଦିଲ୍ଳୀ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ବିଜେପି ନେତା ଯତୀନ ମହାନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନ. ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ବିଭିନ୍ନ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନରେ ଶଂଖ ଚିହ୍ନକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଆସୁଛନ୍ତି ବିରୋଧୀ। ଏହା ସମ୍ବିଧାନର ଉଲଂଘନ ବୋଲି ବିରୋଧୀ କହି ଆସୁଛନ୍ତି। କିନ୍ତୁ ଶାସକ ଦଳ ବିଜଡି ଓ ରାଜ୍ୟ ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ।

ସୂଚନା ଯୋଗ୍ୟ, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ରୁଜୁ ମାମଲାର ଅନ୍ତ ଘଟିଛି। ନିର୍ବାଚନ କମିଶନର (ଇସି)ଙ୍କ ନିକଟରେ ଏ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ଥିବାରୁ ହାଇକୋର୍ଟ ଉକ୍ତ ଆବେଦନକୁ ବିଚାର ପାଇଁ ଗ୍ରହଣ କରିନାହାନ୍ତି। ଇସିଙ୍କ ନିଷ୍ପତିରେ ଅସନ୍ତୁଷ୍ଟ ହେଲେ ଆବେଦନକାରୀ ପୁଣି ହାଇକୋର୍ଟରେ ଆବେଦନ କରିପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଭାଜପା ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+