ଛାତ୍ର ସଦାନନ୍ଦଙ୍କ ବେକରୁ ବାହାରିଲା ଜାଭେଲିନ୍, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣା, ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ, ସୁସ୍ଥ ଅଛନ୍ତି ସଦାନନ୍ଦ

ବଲାଙ୍ଗୀର: ସ୍କୁଲ ସ୍ପୋର୍ଟସ ବେଳେ ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣା । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଅସ୍ତ୍ରୋପଚାର ପରେ ଛାତ୍ର ସଦାନନ୍ଦଙ୍କ ବେକରୁ ବାହାରିଲା ଜାଭେଲିନ୍ । ଡାକ୍ତରଙ୍କ ସୂଚନା ଅନୁସାରେ, ଛାତ୍ର ଜଣକ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ODISHA.BALANGIR

ଛାତ୍ରଙ୍କ ବେକରେ ଜାଭେଲିନ୍ ପଶିବା ଘଟଣା ନେଇ ଚିନ୍ତାପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଛାତ୍ର ସଦାନନ୍ଦଙ୍କର ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ । 5T ସଚିବ ଭି.କେ ପାଣ୍ତିଆନ୍ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଛାତ୍ରର ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ଏକ ଘଣ୍ଟାର ଅପରେସନ ପରେ ସଦାନନ୍ଦଙ୍କ ବେକରୁ ଜାଭେଲିନ୍ ବାହାରିଛି । ବର୍ତ୍ତମାନ ସେ ସୁ୍ସ୍ଥ ଅଛନ୍ତି । ତେବେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଛାତ୍ରଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ।

ସୂଚନା ଅନୁସାରେ, ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜାଭେଲିନ୍ ପ୍ରାକ୍ଟିସ୍ କରୁଥିବା ସମୟରେ ଘଟିଥିଲା ଅଘଟଣ । ଜଣେ ଛାତ୍ର ଜାଭଲିନ୍ ଫିଙ୍ଗୁଥିବା ବେଳେ ନବମ ଶ୍ରେଣୀର ଛାତ୍ର ସଦାନନ୍ଦଙ୍କ ବେକରେ ପଶିଯାଇଥିଲା । ତାଙ୍କୁ ତୁରନ୍ତ ଭିମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଜାଭଲିନ୍ ବେକରୁ କାଢିବା ପାଇଁ ଏବଂ ଅପରେସନ କରିବା ପାଇଁ ସୂତନ୍ତ୍ର ଆଠ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ସୂଚନା ପାଇ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ଡାକ୍ତରଖାନାରେ ପହଁଚିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+