• search
For Quick Alerts
Turn On Notification  
For Daily Alerts

ଏଣିକି ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ 14 ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

|

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କରୋନାର ଦ୍ବିତୀୟ ଲହରୀ । ବିଭିନ୍ନ ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଥିବା ବେଳେ ଘର ମୁହାଁ ହେଲେଣି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତାକାଲିଠୁ କୌଣସି ଲୋକ ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର ।

chief

ସୂଚନାଥାଉ କି, ପଶ୍ଚିମବଙ୍ଗରେ କରୋନାର ଟ୍ରିପଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଏହା ବହୁ ଘାତକ ହୋଇଛି। ସେଥିପାଇଁ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏଣିକି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏନେଇ ଓଡ଼ିଶା ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।

ଅନ୍ୟପଟେ ଆସନ୍ତାକାଲିଠୁ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ପୋଲିସ ଚେକିଂ ଜୋରଦାର ହେବା ସହିତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟେଷ୍ଟିଂ ଜାରି ରହିବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ତାଙ୍କ କହିବା ମୁତାବକ, ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ବେଶ ମାରାତ୍ମକ । ଏହା ବେଶ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ଏହି ନୂଆ ନିୟମ ଜାରି କରାଯାଇଛି । ଏନେଇ ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ସୂଚିତ କରାଯାଇଛି । ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ ଆସନ୍ତାକାଲିଠୁ ଚେକିଂ କରାଯିବା ସହିତ ଲୋକମାନଙ୍କ ଟେଷ୍ଟିଂ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Compulsory 14 Day Quarantine for West Bengal Returnees to Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X