ସମ୍ବଲପୁର ସହରରୁ ସଂପୂର୍ଣ୍ଣ ହଟିଲା କର୍ଫ୍ୟୁ କଟକଣା
ସମ୍ବଲପୁର: ସମ୍ବଲପୁରରୁ ହଟିଲା କର୍ଫ୍ୟୁ । ସହରରୁ ସମ୍ପୂର୍ଣ୍ଣ ଭାବେ କର୍ଫ୍ୟୁ ହଟିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୪ଟି ଥାନାରୁ କର୍ଫ୍ୟୁକୁ ହଟାଇ ଦିଆଯାଇଥିବା ବେଳେ ଗତକାଲି ରାତି ୧୧ଟାରେ ପୁଣିଥରେ ଆଉ ଦୁଇଟି ଥାନା ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।
ହନୁମାନ ଜୟନ୍ତୀ ଶୋଭଯାତ୍ରା ଉପରେ ପଥର ମାଡ ପରେ ସହରରେ ହିଂସାକାଣ୍ଡ ଘଟିଥିଲା । ସହରରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ କୌଣସି ଅଘଟଣକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗାଯାଇଥିଲା । ଦୀର୍ଘ ୧୪ ଦିନ ପରେ ସମ୍ବଲପୁର ସହରରୁ କର୍ଫ୍ୟୁକଟକଣା ସଂପୂର୍ଣ୍ଣ ହଟିଛି ।

ଅନ୍ୟପଟେ ସମ୍ବଲପୁର ହିଂସାକାଣ୍ଡକୁ ନେଇ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ହିଂସାକାଣ୍ଡର ଦିନକ ପୂର୍ବରୁ ୧୧ ତାରିଖରେ ଏହି ଚିଠି ଲେଖାଯାଇଥିଲା । ୧୨ ଏପ୍ରିଲରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟ ବିଶାଳ ବାଇକ୍ ରାଲି କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ରାଲି ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି ।












Click it and Unblock the Notifications