୨୦୨୩ ସୁଦ୍ଧା ରାଜଧାନୀରେ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ
୨୦୨୩ ମସିହା ସୁଦ୍ଧା ବିଏମ୍ସି ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଆଜି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳ ଟିକାକରଣ ଟାସ୍କ ଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଚିନ୍ତା ବଢାଇଛି ଚୀନ ଭାରିଏଣ୍ଟ । ଓଡ଼ିଶାରେ ଗତକାଲି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । କୋଭିଡ-19 ଓମିକ୍ରନର ସବ୍ ଭାରିଏଣ୍ଟ ବିଏଫ୍. ୭ ଓଡ଼ିଶାରେ ଚିହ୍ନଟ ହୋଇଛି । ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ଚିହ୍ନଟ ହୋଇଛନ୍ତି ।

ଫଳରେ ରାଜ୍ୟରେ ଏବେ କୋଭିଡ ଗାଇଡଲାଇନ ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଇତି ମଧ୍ୟରେ ୨୦୨୩ ମସିହା ସୁଦ୍ଧା ବିଏମ୍ସି ଅଞ୍ଚଳରେ ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଆଜି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳ ଟିକାକରଣ ଟାସ୍କ ଫୋର୍ସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ମୁତାବକ, ମିଳିମିଳା ଓ ରୁବେଲା ସମ୍ପୂର୍ଣ୍ଣ ଦୂର କରିବାକୁ ଟିକାକରଣ ବ୍ୟବସ୍ଥା ହୋଇଛି। ୧ ମାସରୁ ୧ ବର୍ଷ ମଧ୍ୟରେ ଶିଶୁଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ ଟିକା ଦିଆଯାଇଥିଲେ ତାହା ପୂର୍ଣ୍ଣ ଟିକାକରଣ ଓ ୧ରୁ ୨ଦୁଇ ବର୍ଷ ମଧ୍ୟରେ ଧାର୍ଯ୍ୟ ସମସ୍ତ ଟିକା ଦିଆଯାଇଥିଲେ ତାହାକୁ ସମ୍ପୂର୍ଣ୍ଣ ଟିକାକରଣ କୁହାଯାଉଛି। ଭୁବନେଶ୍ବରରେ ନଭେମ୍ବର ସୁଦ୍ଧା ପୂର୍ଣ୍ଣ ଟିକାକରଣ ୯୪ ପ୍ରତିଶତ ଓ ସମ୍ପୂର୍ଣ୍ଣ ଟିକାକରଣ ୮୪ ପ୍ରତିଶତ ରହିଛି।












Click it and Unblock the Notifications