Get Updates
Get notified of breaking news, exclusive insights, and must-see stories!

ଜଳ ସମସ୍ୟା ନେଇ ଅଭିଯୋଗ ଆସିଲେ ୭ ଦିନରେ ହେବ ସମାଧାନ, ୨୧ହଜାର ୩ଶହ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ

ଜଳ ସମସ୍ୟା ଦୂରୀକରଣ ପାଇଁ ନୂଆ ୨୧ ହଜାର ୩ଶହ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ କରାଯାଇଛି । ଜଳ ସମସ୍ୟା ନେଇ ଅଭିଯୋଗ ଆସିଲେ ୭ ଦିନ ମଧ୍ୟରେ ସମାଧାନ କରିବାକୁ ବିଭାଗକୁ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି ।

ଖରା ସମୟରେ ସମସ୍ତଙ୍କ ସହଯୋଗ କାମନା କଲେ ମନ୍ତ୍ରୀ । ବିଧାନସଭାର ଉତ୍ତରରେ ମୁଁ ଗୋଟେ ବର୍ଷ ସମୟ ମାଗିଛି । ୨୦୨୫ ମେଗା ପାଇପ୍ ଓ୍ବାଟର ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା କଥା ସେ କାମ ସମ୍ପୂର୍ଣ୍ଣ ହେବ । ବିଗତ ସରକାର ପାଣିର ସମସ୍ୟାକୁ ଦୃଷ୍ଟି ଦେଉନଥିଲେ । ଏ ସରକାର ସେ କାମ ଆରମ୍ଭ କରିସାରିଛନ୍ତି ।

ପୂର୍ବରୁ ୫ ଲକ୍ଷ ୨୦ ହଜାର ନଳକୂପ ଥିଲା । ଏବର୍ଷ ନୂଆ ସରକାର ୨୧ହଜାର ୩ଶହ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ କରିଛୁ । କାମ ପାଇଁ ମେସିନ ଓ ଗାଡି ଅଭାବ ଅଛି । କେମିତି ନଳକୂପ ଶୀଘ୍ର ଖୋଲାଯିବ ସେ ପାଇଁ କାମ କରୁଛୁ ।

Complaints regarding water problems

ପାଣି ପାଇଁ ଯେଉଁ ସମସ୍ୟା ଗଣମାଧ୍ୟମରେ ପ୍ରକାଶ ହେଉଛି ୭ ଦିନ ଭିତରେ ସମସ୍ୟା ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ୟା ନେଇ ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ମନ୍ତ୍ରୀ କହିଛନ୍ତି । ଯେଉଁଠି ନିର୍ଦ୍ଧାରିତ ସମୟ ଭିତରେ ଜଳ ପ୍ରକଳ୍ପ କାମ ସରିନି ସେଠାରେ ସଂସ୍ଥା ଗୁଡିକ ଟ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ ଗାଁକୁ ପାଣି ଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+