ଯାଜପୁର ଧର୍ମଶାଳାରେ ଇଭିଏମ୍ ବଦଳ ଅଭିଯୋଗ; ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା

ଯାଜପୁର ଧର୍ମଶାଳାରେ ଇଭିଏମ୍ ବଦଳ ଅଭିଯୋଗ ନେଇ ଉତ୍ତେଜନା । ଇଭିଏମ୍‌ ବଦଳ ସନ୍ଦେହରେ ରାତି ପ୍ରାୟ ୮ଟା ସମୟରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଇଭିଏମ୍‌ ବଦଳ ସନ୍ଦେହ କରି ଏହାର ପ୍ରତିବାଦ କରିଥିଲେ ।

ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଠି ଚାର୍ଜ କରିଛି ପୋଲିସ । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି । ଯାଜପୁର ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଚଳାଇଛି ।

ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ହେଲେ ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭ ଇଭିଏମ୍‌କୁ ଅନ୍ୟତ୍ର ନିଆଯାଉଥିଲା। ହେଲେ ସେହି ଇଭିଏମ୍‌କୁ ବଦଳ କରାଯାଉଥିବା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଆଗରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ ।

Dharmashala agitation

ଏପରି କି ବିଭିନ୍ନ ସ୍ଥାନକୁ ଇଭିଏମ୍‌ ନେଇ ଯାଉଥିବା ଗାଡ଼ିଗୁଡିକୁ ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଭିତରେ ଭର୍ତ୍ତି କରିବା ସହ ଇଭିଏମ୍‌ ବଦଳି କରାଯାଇଥିବା ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

ଏନେଇ ଧର୍ମଶାଳା ବିଡିଓ କହିଛନ୍ତି, କୌଣସି ଇଭିଏମ୍‌ ବଦଳ ହୋଇ ନାହିଁ। ସେମାନେ ଅଯଥାରେ ସନ୍ଦେହ କରି ଆମ କର୍ମଚାରୀମାନଙ୍କୁ ମାରଧର କରିଛନ୍ତି। ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ସେ ଅବଗତ କରିଥିବା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+