କଟକ ସିଟି କଲେଜରେ ନିଶା ଦ୍ରବ୍ୟ ସେବନକୁ ନେଇ ତୁମୂଳକାଣ୍ଡ: ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ
କଟକ ରାଜାବଗିଚା ସ୍ଥିତ ସିଟି କଲେଜରେ ନିଶା ଦ୍ରବ୍ୟ ସେବନକୁ ନେଇ ତୁମୂଳକାଣ୍ଡ । କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଏବଂ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ଡ଼ାକିଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀମାନେ ମନା କରିବାରୁ ସେମାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସେପଟେ ରେଭେନ୍ସାର ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଘଟଣା ରେ ଅଭିଯୋଗ ପରେ , ବବି ଖାନକୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ , ଯୁକ୍ତ ୩ରେ ପଢୁଥିବା ଛାତ୍ର ଜଣଙ୍କୁ କୌଣସି କାରଣରୁ ବବି ଖାନ୍ ମାଡ ମାରି ଲହୁଲୁହାଣ କରିଥିଲା । ୪ ମାସ ତଳେ ବବି ଖାନ୍ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ସହ ଫୋନରେ ଧମକ ଚମକ ଦେଇଥିବା ଘଟଣା ଚର୍ଚ୍ଚା ପାଲଟିଥିଲା । ପୂର୍ବରୁ ଅନେକ ମୋକଦ୍ଦମାରେ ବବିଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି । କେବଳ ଏବିଭିପି ଛାତ୍ରନେତାଙ୍କୁ ମାଡ଼ ନୁହେଁ ୨୦୧୮ ମସିହାରେ ରେଭେନ୍ସା ସେକ୍ସ ସ୍କାଣ୍ଡାଲ ଘଟଣାରେ ମଧ୍ୟ ତାଙ୍କ ନାଁରେ ମାମଲା ରହିଛି । ଅନେକ କାଣ୍ଡରେ ସମ୍ପୃକ୍ତି ରହିଥିବା ବେଳେ ଏବେ ପୁଣି ରେଭେନ୍ସା ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ବବି ଖାନ୍ କୁ ପୋଲିସ ଗିରଫ କରିଛି ।

Click it and Unblock the Notifications