For Quick Alerts
Turn On Notification  
For Daily Alerts
Oneindia App Download

ଟ୍ବିନସିଟିରେ ଉପୁଜିଲାଣି ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି

ରାଜ୍ୟରେ ସଂକ୍ରମଣ ବଢ଼ିଥିବା ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ୍ (community transmission) ବା ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ଉପୁଜିଲାଣି । ଯେହେତୁ ଏଠି ପ୍ରବସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ

|

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ିଥିବା ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ୍ (community transmission) ବା ଗୋଷ୍ଠୀ ସଂକ୍ରମଣ ପରିସ୍ଥିତି ଉପୁଜିଲାଣି । ଯେହେତୁ ଏଠି ପ୍ରବସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ । ବିଗତ ୨୪ ଘଣ୍ଟାରେ ୮ ହଜାର ସଂକ୍ରମଣ ସଂକ୍ରମିତ ହୋଇଥିବା ବେଳେ କାଲି କି ସଂକ୍ରମଣ କମିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

Community Transmission

ସଂକ୍ରମଣକୁ ଦେଖି ବେଡ୍ ବ୍ୟବସ୍ଥା ହେଉଛି । ଏବେ ପର୍ଯ୍ୟାପ୍ତ ବେଡ୍‌ ଅଛି । ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି। ଯେଉଁଠି ଆବିଶ୍ୱକ, ବେଡ଼ ସଂଖ୍ୟା ବଢାଯାଉଛି ବୋଲି ସେ କହିଛନ୍ତି ।

ସେହିପରି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପରେ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ସେ କହିଛନ୍ତି, କଟକ, ଭୁବନେଶ୍ୱରରେ କଟକଣା ଅଧିକ କରିବା ଆବଶ୍ୟକ । ନଚେତ୍ ସ୍ଥିତି ଅସମ୍ଭାଳ ହେବ। ପରିବା, ମାଛ ମାର୍କେଟ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି କହିଛନ୍ତି ଡାକ୍ତର ମହାପାତ୍ର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Community Transmission of coronavirus has started in Twin City
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X